Latest Odisha News

BREAKING NEWS

ସରକାରୀ ଚାକିରିଆଙ୍କୁ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ମନା

ନୂଆଦିଲ୍ଲୀ: ଏଣିକି ସରକାରୀ ଚାକିରିଆଙ୍କୁ ଜିନ୍ସ ଓ ଟି ସାର୍ଟ ପିନ୍ଧିବା ମନା। ଉତ୍ତରାଖଣ୍ଡରେ ଏଭଳି ଏୟ ନିୟମ ଲଗେୁ କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଉତ୍ତରାଖଣ୍ଡର ସରକାରୀ କର୍ମଚାରୀମାନେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧିବାକୁ ବାରଣ କରାଯାଇଛି।

ରିପୋର୍ଟ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜିନ୍ସ ଏବଂ ଟି-ସାର୍ଟ ଭଳି ଇନ୍‌ଫର୍‌ମାଲ୍‌ ଡ୍ରେସ୍‌ ପିନ୍ଧିବାକୁ ବାରଣ କରାଯାଇଛି। ସେ କହିଛନ୍ତି ଯେ ସମସ୍ତ ଜିଲ୍ଲା ଅଧିକାରୀ, କର୍ମଚାରୀମାନେ ଅଫିସରେ ଡ୍ରେସ୍ କୋଡ୍ ପିନ୍ଧି ଆସିବେ। ଉଚ୍ଚ ପଦାଧିକାରୀଙ୍କ ସହ ସାକ୍ଷାତ ସମୟରେ ଜିନ୍ସ, ଟି-ସାର୍ଟ ପିନ୍ଧିବା ଉଚିତ୍ ନୁହେଁ। ଏଥିସହ ଯେଉଁମାନେ ଏହାକୁ ପାଳନ ନକରିବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.