Latest Odisha News

କର୍ଣ୍ଣାଟକରେ ମୁସଲମାନଙ୍କର ୪% ସଂରକ୍ଷଣ ଉଚ୍ଛେଦ ମାମଲା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍‌କା। ରାଜ୍ୟ ସରକାରଙ୍କର ମୁଲମାନଙ୍କ ୪ ପ୍ରତିଶତ ସଂରକ୍ଷଣର ଉଚ୍ଛେଦ ନିଷ୍ପତି ଭୁଲ ଧାରଣା ଉପରେ ଅବଧାରିତ ବୋଲି କୋର୍ଟ କହିଛନ୍ତି। ଆଜି(ଏପ୍ରିଲ ୧୩) ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି କୋର୍ଟ।

ସର୍ବୋଚ୍ଚ ଅଦାଲତ କହିଛନ୍ତି “ ୱୋକ୍କାଲିଗା ଓ ଲିଙ୍ଗାୟତଙ୍କୁ ୨-୨ ପ୍ରତିଶତ ସଂରକ୍ଷଣ ବଢ଼ାଇବା ଓ ମୁସଲମାନଙ୍କ  ପାଇଁ ୪ ପ୍ରତିଶତ ଓବିସି ଆରକ୍ଷଣ ଶେଷ କରିବା କର୍ଣ୍ଣାଟକ ନିଷ୍ପତ୍ତିର ପ୍ରଥମ ଦୃଶ୍ୟ ତ୍ରୁଟିପୂର୍ଣ୍ଣ ରହିଛି।” ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଏହାର ପରବର୍ତ୍ତି ଶୁଣାଣି କରିବାକୁ କୋର୍ଟ କହିଛନ୍ତି। ସେପର୍ଯ୍ୟନ୍ତ ନୂଆ ଆଇନ୍‌ରେ କୌଣସି ନିଯୁକ୍ତି କିମ୍ବା ତତ୍‌ସମ୍ପର୍କିତ କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ମାମଲା କୋର୍ଟ ବୋମାଇ ସରକାରଙ୍କୁ ନୋଟିସ ବି ପଠାଇଛନ୍ତି।

ସୂଚନା ଥାଉକି, କର୍ଣ୍ଣାଟକରେ ମୁସଲମାନଙ୍କୁ ଓବିସି ବର୍ଗରେ ରଖି ୪ ପ୍ରତିଶତ ସଂରକ୍ଷଣ ଦଆଯାଉଥିଲା। ହେଲେ ନିକଟରେ କର୍ଣ୍ଣାଟକ ସରକାର ଏହାକୁ ଉଚ୍ଛେଦ କରି ଏହି ସଂରକ୍ଷଣକୁ ଭୋକ୍କାଲିଗା ଓ ଲିଙ୍ଗାୟତଙ୍କୁ ୨-୨ ସଂରକ୍ଷଣ ଦେବା ନୀତି ଲାଗୁ କରିଥିଲେ। ଯାହାକୁ ବିରୋଧ କରି ମୁସ୍ଲିମ ପର୍ସନାଲ ଲ ବୋର୍ଡ କୋର୍ଟେର ଆବେଦନ କରିଛି।

 

Comments are closed.