Latest Odisha News

BREAKING NEWS

କାର୍ଯ୍ୟ ଚାପ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ହୃଦ୍‌ଘାତର ଆଶଙ୍କା ଅଧିକ ବଢାଇଥାଏ

ଲଣ୍ଡନ: ଚାପଗ୍ରସ୍ତ, ନିଦ୍ରା ବ୍ୟାଘାତ ହୃଦଘାତ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ୟୁରୋପୀୟ ଷ୍ଟ୍ରୋକ ସଂଗଠନ (ESO) ସମ୍ମିଳନୀରେ ବୁଧବାର ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ମଧୁମେହ, ଧମନୀ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ବୃଦ୍ଧି, ଧୂମପାନ, ମେଦବହୁଳତା ଏବଂ ଶାରୀରିକ ନିଷ୍କ୍ରିୟତା ହୃଦ୍‌ରୋଗ ପାଇଁ ପରିବର୍ତ୍ତନଶୀଳ ବିପଦ କାରଣ ହୋଇପାରେ ବୋଲି ଜଣାପଡ଼ିଛି। ଏହା ଲକ୍ଷ୍ୟ କରାଯାଇଛି ଯେ କାର୍ଯ୍ୟ ଚାପ ଏବଂ ଶୋଇବା ସମସ୍ୟା ହୃଦ୍‌ରୋଗ ଭଳି ବିପଦ ସୃଷ୍ଟି କରିପାରେ।।

ସାଧାରଣତଃ ପୁରୁଷମାନେ ମହିଳାଙ୍କ ଅପେକ୍ଷା ହୃଦଘାତ ଏବଂ ଷ୍ଟ୍ରୋକ୍‌ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି।

କିନ୍ତୁ, “ଅଧ୍ୟୟନରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନେ ହୃଦଘାତ ଏବଂ ଷ୍ଟ୍ରୋକ୍‌ର ଅଧିକ ଶିକାର ହୋଇଛନ୍ତି। ଜୁରିଚ୍ ୟୁନିଭରସିଟି ହସ୍ପିଟାଲର ସ୍ନାୟୁବିଜ୍ଞାନୀ ଡା. ମାର୍ଟିନ୍ ହାନସେଲ ଏବଂ ତାଙ୍କ ଟିମ୍ ଏହା କହିଛନ୍ତି।

Comments are closed.