Latest Odisha News

BREAKING NEWS

Pension: ୱାର୍କଚାର୍ଜଡ୍‌ କର୍ମଚାରୀ ପାଇବେ ପେନସନ୍‌

ଭୁବନେଶ୍ୱର: ୯୮ଜଣ ୱାର୍କଚାର୍ଜଡ୍‌ କର୍ମଚାରୀ ପାଇବେ ପେନସନ୍‌। ସୁପ୍ରିମ୍‌କୋର୍ଟଙ୍କ ଆଦେଶ ବଳରେ ରାଜ୍ୟ ଜଳସମ୍ପଦ ବିଭାଗର ଏହି ୱାର୍କଚାର୍ଜଡ୍‌ କର୍ମଚାରୀ ପେନସନ ପାଇବେ। ଏଥି ନିମନ୍ତେ ଜଳସମ୍ପଦ ବିଭାଗ ଯନ୍ତ୍ରୀମୁଖ୍ୟଙ୍କୁ ଚିଠି କରିବାପରେ ଉକ୍ତ ପେନସନ ପ୍ରଦାନବାବଦରେ କେତେ ଟଙ୍କା ଲାଗିବଯନ୍ତ୍ରୀମୁଖ୍ୟ ଅଧସ୍ତନ ଅଧିକାରୀଙ୍କୁଚିଠି କରିଛି।

ଆସନ୍ତା ୬ ତାରିଖ ମଧ୍ୟରେ ବ୍ୟୟ ଅଟକଳ ଓ ସମ୍ପୃକ୍ତ କର୍ମଚାରୀମାନଙ୍କ ଅବସର ସମୟ ପ୍ରଦାନ ନିମନ୍ତେ ଚିଠିରେ ଉଲ୍ଲେଖ କରିଛି। ଏହି ପଦକ୍ଷେପକୁ ସ୍ୱାଗତ କରିଛି ଓଡ଼ିଶା ଅବସରପ୍ରାପ୍ତ ୱାର୍କଚାର୍ଜଡ୍‌/ରେଗୁଲାର କର୍ମଚାରୀ କ୍ରିୟାନୁଷ୍ଠାନ ସଂଗଠନ।

ଏବେ ଅନ୍ୟ ଗରିବ ବର୍ଗର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଅବସ୍ଥା କ’ଣ ହେବ ବୋଲି ପ୍ରଶ୍ନ କରିଛି ସଙ୍ଗଠନ । ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥ ଅଭାବରୁ କୋର୍ଟକୁ ଯାଇପାରୁ ନାହାନ୍ତି, ସେମାନେ କ’ଣ ପେନସନ ପାଇବେ ନାହିଁ ? ଯେଉଁ କର୍ମଚାରୀ କୋର୍ଟକୁ ଯିବ ଆଉ କୋର୍ଟରେଜିତିବ ସରକାର ତାଙ୍କୁ ପେନସନ ଦେବା ଭଳି ନୀତି ଆଦୌ ଠିକ୍‌ ନୁହେଁ। କାରଣ ୩୫ରୁ ୪୨ ବର୍ଷ ଧରି ସରକାରଙ୍କ ସେବା କରିଥିବା କର୍ମଚାରୀଙ୍କୁ ଚାକିରୀର ଅବସର ବୟସ ସମୟରେ ପେନସନ ନଦେଇ ସେମାନଙ୍କ ହକ୍‌ ପ୍ରାପ୍ୟକୁ ଫାଙ୍କିବା ସମ୍ବିଧାନ ବିରୋଧୀ।

 

Comments are closed.