Latest Odisha News

ବର୍ଷା ଯୋଗୁଁ ଭୁଶୁଡ଼ିଲା ନିର୍ମାଣଧିନ କୋଠା; ଜଣେ ଶ୍ରମିକ ମୃତ, ୨ ଆହତ 

ଭୁବନେଶ୍ୱର: ଭୁବନେଶ୍ୱରରେ ମଙ୍ଗଳବାର ଦିନ ଏକ ପୁରୁଣା କୋଠାର ନବୀକରଣ କାର୍ଯ୍ୟ ସମୟରେ ଏକ କଂକ୍ରିଟର କିଛି ଅଂଶ ଖସିପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ପୋଖରିପୁଟ ଅଞ୍ଚଳର ଲିଙ୍ଗରାଜ ବିହାରରେ ସାତ ଜଣ ଶ୍ରମିକ କାମରେ ନିୟୋଜିତ ଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନିର୍ମାଣ ଚାଲିଥିବା ସମୟରେ ଏକ ପୁରୁଣା ବିମ୍ ଭୁଶୁଡ଼ି ପଡ଼ି ଶ୍ରମିକମାନଙ୍କ ଉପରେ ପଡ଼ିଥିଲା, ଯାହା ଫଳରେ ସେମାନେ ତଳେ ଚାପି ହୋଇଯାଇଥିଲେ।

ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେହିପରି ଆହତ ଦୁଇଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Comments are closed.