Latest Odisha News

BREAKING NEWS

ଆମ୍ରିି ହସ୍ପିଟାଲରେ ‘ଜରୁରୀକାଳୀନ ଔଷଧି ଦକ୍ଷତା’ କର୍ମଶାଳା, ୫୦ଜଣ ଡ଼ାକ୍ତରଙ୍କ ଯୋଗଦାନ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ ଭୁବନେଶ୍ୱର ତରଫରୁ ‘ମୌଳିକ ଜରୁରୀକାଳୀନ ଔଷଧି ଦକ୍ଷତା’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଅଧିକ ଡାକ୍ତରମାନେ ଯୋଗ ଦେଇଥିଲେ, ଯେଉଁଠାରେ ଚିକିତ୍ସା ଜନୀତ ଜରୁରୀକାଳୀନ ସ୍ଥିତିରେ ବିଭିନ୍ନ ରୋଗୀମାନଙ୍କର ତତ୍କାଳ ଚିକିତ୍ସା ପାଇଁ ବିଭିନ୍ନ ଦକ୍ଷତାର ବିକାଶ ନିମନ୍ତେ ଉପସ୍ଥିତ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣକାରୀମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

ଉକ୍ତ କର୍ମଶାଳାରେ ଡାକ୍ତର ବେଣୁଗୋପାଳ ପିପି, ଜରୁରୀକାଳୀନ ଔଷଧି ନିର୍ଦ୍ଦେଶକ, ଡିଏମ୍ ଆଷ୍ଟର ମେଡ଼୍ସିଟି, କେରଳ ଉପସ୍ଥିତ ରହି ସମବେତ ଡାକ୍ତରମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଭାରତରେ ନୂତନ ସ୍ପେଶିଆଲିଟି କ୍ଷେତ୍ରରେ ଜରୁରୀକାଳୀନ ଔଷଧିର ବିକାଶ ଏବଂ ଜରୁରୀକାଳୀନ ଚିକିତ୍ସକମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି ଏକାନ୍ତ ଅପରିହାର୍ଯ୍ୟ । ଏହି ଅବସରରେ ସିଏଲ୍ଏନ୍ ରେଡ୍ଡୀ, ୟୁନିଟ୍-ହେଡ଼୍ ଏବଂ ଭିପି, ଆମ୍ରି ହସ୍ପିଟାଲ, ଭୁବନେଶ୍ୱର କର୍ମଶାଳାର ପ୍ରତିନିଧି ମଣ୍ଡଳୀକୁ ଭୂୟସୀ ପ୍ରଶଂସା କରିବା ସହିତ ଜରୁରୀକାଳୀନ ଚିକିତ୍ସା ବିଦ୍ୟାରେ ଆମ୍ରି ହସ୍ପିଟାଲ ଜାତୀୟ ସ୍ତରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଥିବାରୁ ସେ ନିଜର ଖୁସି ପ୍ରକଟ କରିଥିଲେ ଏବଂ ଭବିଷ୍ୟତରେ ଏଭଳି ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ନିମନ୍ତେ ନିଜର ଅକୁଣ୍ଠ ସହଯୋଗ ଜାରି ରଖିବାର ପ୍ରତିଶୃତିର ପୁନରାବୃତି କରିଥିଲେ ।

ଉକ୍ତ କର୍ମଶାଳା ଡାକ୍ତର ସାଜିଦ୍ ନୋମାନି, ବିଭାଗ ମୂଖ୍ୟ ପରିଚାଲକ (ଏଚ୍ଓଡ଼ି) ଏବଂ ଏକାଡେମିକ୍ ନିର୍ଦ୍ଦେଶକ, ଜରୁରୀକାଳୀନ ଔଷଧି ସଂସ୍ଥାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା, ଯେ କି ଏହି କର୍ମଶାଳାର ସଫଳ ରୂପାୟନକୁ ନେଇ ନିଜର ଖୁସି ପ୍ରକଟ କରିବା ସହିତ କହିଥିଲେ ଯେ ବିଭିନ୍ନ ଜରୁରୀକାଳୀନ ସ୍ଥିତିିକୁ ସଂପୂର୍ଣ୍ଣ ଦକ୍ଷତା ଓ ସଫଳତାର ସହିତ ମୁକାବିଲା କରିବା ପାଇଁ ଏହିସବୁ କର୍ମଶାଳାକୁ ମେଡ଼ିକାଲ ପ୍ରାକ୍ଟିସନରମାନଙ୍କ ନିମନ୍ତେ ସାବଧାନପୂର୍ବକ ଡିଜାଇନ୍ କରାଯାଇଛି । ଏ ଦିଗରେ ଫଳପ୍ରସୂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରାଯିବା ଆବଶ୍ୟକ । ଏଥିପାଇଁ ଭବିଷ୍ୟତରେ ଏହିଭଳି ଜରୁରୀକାଳୀନ କର୍ମଶାଳାଗୁଡ଼ିକ ନିୟମିତ ଭାବେ ଚାଲୁ ରହିବା ଆବଶ୍ୟକ ।

ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ, ଆମ୍ରି ହସ୍ପିଟାଲ ଲିମିଟେଡ଼ର ଏକ ସୁପର ସ୍ପେଶିଆଲିଟି ହସ୍ପିଟାଲ, ଯାହାକି ପୂର୍ବ ଭାରତରେ ସର୍ବଶ୍ରେଷ୍ଠ ଏବଂ ଦ୍ରୁତ ଅଭିବୃଦ୍ଧି ପଥେ ଅଗ୍ରସର ହେଉଥିବା ହସ୍ପିଟାଲ ଚେନ୍ ମଧ୍ୟରୁ ଅନ୍ୟତମ । ଆମ୍ରି ଭୁବନେଶ୍ୱର ସହରରେ ତତ୍କାଳ ଏବଂ ଜରୁରୀକାଳୀନ ସ୍ଥିତିରେ କ୍ରିଟିକାଲ୍ ଅବସ୍ଥାରେ ଥିବା ରୋଗୀମାନଙ୍କୁ ହସ୍ପିଟାଲରେ ପହଂଚାଇ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଡାକ୍ତର ଏବଂ ନର୍ସମାନଙ୍କ ସହିତ ଲାଇଫ୍ ସପୋର୍ଟ ଥିବା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନିମନ୍ତେ ସର୍ବଦା ପ୍ରସ୍ତୁତ ରହୁଛି । ଏହାଦ୍ୱାରା ରୋଗୀକୁ ତତ୍କାଳ ହସ୍ପିଟାଲର ଆଇସିୟୁରେ ଦାଖଲ କରାଯିବା ସହିତ ଆବଶ୍ୟକ ସ୍ଥଳେ ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଯାଇ ସେମାନଙ୍କର ଜୀବନ ରକ୍ଷା କରାଯାଇ ପାରୁଛି ।

Leave A Reply

Your email address will not be published.