Latest Odisha News

BREAKING NEWS

JSP ଅନୁଗୁଳରେ ଥର୍ମାଲ ପାୱାର ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ କର୍ମଶାଳା

ଅନୁଗୁଳ: କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଅନୁଗୁଳ ପକ୍ଷରୁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (JSP) ଅଡିଟୋରିୟମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଆୟୋଜିତ କର୍ମଶାଳାରେ ଥର୍ମାଲ ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବିପଦର ମୁକାବିଲା ନେଇ ଆଲୋଚନା କରାଯାଇଛି ।

କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଅନୁଗୋଳ ଜୋନର ଉପ ନିର୍ଦ୍ଦେଶକ ଡକ୍ଟର ରମେଶ କୁମାର ବେହେରା, ଅତିରିକ୍ତ ନିର୍ଦ୍ଦେଶକ ଅର୍ଚ୍ଚନା ଦାଶ, ଜେଏସପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୃଦୟଶ୍ୱର ଝା ପ୍ରମୁଖ କର୍ମଶାଳାରେ ଯୋଗ ଦେଇଥିଲେ ।

ଅର୍ଚ୍ଚନା ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ରମେଶ କୁମାର ବେହେରା କାର୍ଯ୍ୟ କ୍ଷେତ୍ରରେ ଦେଖା ଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହୃଦୟେଶ୍ୱର ଝା, ଦାମୋଦର ମିତ୍ତଲ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଳ୍ପ ସଂସ୍ଥାରେ କାର୍ଯ୍ଯରତ ଡାକ୍ତର ଯୋଗ ଦେଇ ସ୍ୱାସ୍ଥ୍ୟ ସମସ୍ୟା ଓ ନିରାକରଣ ନେଇ ମତ ରଖିଥିଲେ ।

Leave A Reply

Your email address will not be published.