Latest Odisha News

BREAKING NEWS

ରେକର୍ଡ଼ କଲେ ଅନୁ ରାଣୀ, ଜାଭେଲିନ୍ ଥ୍ରୋରେ ଫାଇନାଲକୁ ଉନ୍ନୀତ

ଦୋହା: ଦୌଡ଼କୁଦରେ ଭାରତୀୟ ଆଥଲେଟ ନିରାଶ କରିଥିବା ବେଳେ ମହିଳା ଜାଭେଲିନ୍ ଥ୍ରୋରେ ଅନୁ ରାଣୀ ରେକର୍ଡ଼ ପ୍ରତିଷ୍ଠା କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କାତାରର ଦୋହାଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ଅନୁ ପ୍ରଥମ ମହିଳା ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।

ଜାଭେଲିନ୍ ଥ୍ରୋ ବିଭାଗରେ ଅନୁ ୬୨.୪୩ ମିଟର ପକାଇ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି ।

ଏହି ପ୍ରତିଯୋଗିତାର ଫାଇନାଲକୁ ସମୁଦାୟ ୧୨ ଜଣ ଖେଳାଳି ଉନ୍ନୀତ ହୋଇଥିବା ବେଳେ ଅନୁ ରହିଛନ୍ତି ୩ୟ ସ୍ଥାନରେ । ତେଣୁ ଅନୁଙ୍କଠାରୁ ଏକ ପଦକ ଆଶା କରାଯାଉଛି । ଆଜି ଫାଇନାଲରେ ଅନୁ ୧ମ ସ୍ଥାନ ଅଧିକାର କରି ଭାରତ ଲାଗି ସ୍ୱର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି ।

Leave A Reply

Your email address will not be published.