Latest Odisha News

BREAKING NEWS

ଗୁଜୁରାଟ ଘାଟିରେ ଓଲଟିଲା ବସ୍; ୨୧ ମୃତ

ବନାସକାଣ୍ଠ: ଗୁଜୁରାଟର ବନାସକାଣ୍ଠ ଜିଲ୍ଲା ଅନ୍ତର୍ଗତ ଅମ୍ବାଜି ନିକଟରେ ଥିବା ତ୍ରିଶୂଳିଆ ଘାଟିରୁ ସୋମବାର ଦିନ ଏକ ବସ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ପାଖାପାଖି ୩୨ରୁ ଅଧିକ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ, ୧୪ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ସୂଚନା ମିଳିଛି । ଆହତ ମାନଙ୍କୁ ପାଲନପୁରର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ବର୍ଷା ଯୋଗୁଁ ଘାଟି ରାସ୍ତା ଖସଡ଼ା ହୋଇଯାଇଥିବା କାରଣରୁ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ।


ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକ ମାନଙ୍କ ପରିବାରକୁ ସମବେଦନା ଦେବା ସହ ଆହତ ମାନଙ୍କ ଚିକିତ୍ସା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ଟ୍ୱିଟ ମାଧ୍ୟମରେ କହିଛନ୍ତି ।

Leave A Reply

Your email address will not be published.