Latest Odisha News

BREAKING NEWS

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ: ଶ୍ରୀଶଙ୍କର, ଅବିନାଶ ଫାଇନାଲରେ

ନ୍ୟୁୟର୍କ: ଭାରତୀୟ ଲଙ୍ଗ ଜମ୍ପର ଶ୍ରୀଶଙ୍କର ଓ ଷ୍ଟିପଲଚେଜର ଅବିନାଶ ସାବଲେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଲଙ୍ଗଜମ୍ପର ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ସେ ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଫାଇନାଲରେ ପ୍ରବେଶ କରିଥିଲେ । ଶ୍ରୀଶଙ୍କର ୮.୧୩ ମିଟର ଦୂରତା ଡେଇଁ ଓଭରାଲ ୭ମ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଫେଡେରେଶନ କପରେ ସେ ୮.୩୬ ମିଟର ଡେଇଁଥିଲେ । ସୂଚନାଯୋଗ୍ୟ, ଅଞ୍ଜୁ ବବି ଜର୍ଜ ପ୍ରଥମ ଭାରତୀୟ ମହିଳା ଲଙ୍ଗ ଜମ୍ପର ଭାବେ ବିଶ୍ୱ ଆଥଲେଟିକ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ସେହିପରି ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ମଧ୍ୟ ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଥିଲେ । ଅବିନାଶ ୮.୧୮.୭୫ ମିନିଟ ସମୟ ନେଇ ଓଭରାଲ ତୃତୀୟ ସ୍ଥାନରେ ରହିଛନ୍ତି । ରବିବାର ପଦକ ଜିତି ଇତିହାସ ରଚିବା ଲକ୍ଷ୍ୟରେ ସେ ରହିବେ । ଅବିନାଶ ଡାଇମଣ୍ଡ ଲିଗରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ।

Leave A Reply

Your email address will not be published.