Latest Odisha News

ସିଙ୍ଗାପୁର ଓପନ ସୁପର ୫୦୦ ସିରିଜ ବ୍ୟାଡମିଂଟନ: ଫାଇନାଲରେ ସିନ୍ଧୁ

ସିଙ୍ଗାପୁର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟୁଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସେ ଜାପାନର ସୀନା କାୱାକାମୀଙ୍କୁ ୨୧-୧୫ ଓ ୨୧-୭ରେ ପରାସ୍ତ କରିଥିଲେ । ପୂର୍ବରୁ କ୍ୱାର୍ଟର ଫାଇନାଲରେ ଚୀନର ହାନ ହୁୱେଇଙ୍କୁ ୧୭-୨୧, ୨୧-୧୧ ଓ ୨୧-୧୯ରେ ମାତ ଦେଇଥିଲେ । ଜାପାନର ଆୟା ଓହିରୀ ଓ ଚୀନର ଜି ୟି ୱାଙ୍ଗ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ସିନ୍ଧୁ ଫାଇନାଲରେ ଭେଟିବେ । ଭାରତର ଅନ୍ୟ ପ୍ରତିଯୋଗୀମାନେ ଟୁର୍ଣ୍ଣାମେଂଟରୁ ବିଦାୟ ନେଇ ସାରିଛନ୍ତି ।

ପୂର୍ବରୁ ମାଲେସିଆରେ କ୍ରମାଗତ ୨ଟି କ୍ୱାର୍ଟର ଫାଇନାଲରୁ ବିଦାୟ ନେଇ ପ୍ରଶଂସକଙ୍କୁ ନିରାଶ କରିଥିବା ସିନ୍ଧୁ କିନ୍ତୁ ଏହି ଟୁର୍ଣ୍ଣାମେଂଟରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ସୁଇସ ଓପନ ସୁପର ୩୦୦ ବ୍ୟାଡମିଂଟନ ପରେ ସିନ୍ଧୁ କୌଣସି ଏକ ଟୁର୍ଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ଫାଇନାଲରେ ସେ ଥାଇଲାଣ୍ଡର କି ବୁସାନନ ଓଙ୍ଗବାମରୁଂଗଫାନଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ ।

Leave A Reply

Your email address will not be published.