ନୂଆଦିଲ୍ଲୀ: ଭାରତର ଉଦୀୟମାନ ଚେସ ତାରକା ଗ୍ରାଣ୍ଡମାଷ୍ଟର ଡି ଗୁକେଶ ଚଳିତ ସିଙ୍ଗାପୁରରେ ଚାଲିଥିବା ୱାର୍ଲ୍ଡ ଚେସ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୧୧ତମ ଗେମରେ ସେ ଚାମ୍ପିୟନ ଡିଙ୍ଗ ଲିରେନଙ୍କୁ ମାତ ଦେଇଛନ୍ତି । ୨୯ତମ ମୁଭରେ ଗୁକେଶ ତାଙ୍କୁ ପରାଜିତ କରିଥିଲେ । ଏଥିସହ ୧୮ ବର୍ଷୀୟ ଗୁକେଶ ପ୍ରଥମ ଥର ପାଇଁ ୬-୫ରେ ଅଗ୍ରଣୀ ରହିଛନ୍ତି । ବିଶ୍ୱ ଚାମ୍ପିୟନ ହେବା ପାଇଁ ୧୪ଟି ସିରିଜରେ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ପ୍ରଥମ ଖେଳାଳି ୭.୫ ପଂଏଟ ଛୁଇଁଲେ ଏହି ସମ୍ମାନର ହକଦାର ହେବ । ଯଦି ଗୁକେଶ ସଫଳ ହୁଅନ୍ତି ତେବେ ସର୍ବ କନିଷ୍ଠ ଖେଳାଳି ଭାବେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିବେ ।
ଯଦି ଫଳାଫଳ ୭-୭ରେ ଟାଇ ରୁହେ ତେବେ ଟାଇବ୍ରେକସରେ ବିଜୟୀ ଘୋଷଣା କରାଯିବ । ଲିରେନ ମ୍ୟାଚ ଡ୍ର ରଖିବାକୁ ଚାହୁଁଥିଲେ, ଫଳରେ ମୋତେ ଆକ୍ରମଣାତ୍ମକ ଖେଳିବା ପାଇଁ ସୁଯୋଗ ପ୍ରଦାନ କଲା ବୋଲି ମ୍ୟାଚ ପରେ ଗୁକେଶ କହିଛନ୍ତି । ସାମାନ୍ୟ ଭୁଲ ମ୍ୟାଚକୁ ଅନ୍ୟ ସପକ୍ଷରେ ନେଇ ଯାଇଥାନ୍ତା । ମୁଁ ଭାଗ୍ୟବାନ ଥିଲି ବୋଲି ସେ କହିଛନ୍ତି । ଏହି ଦୁଇ ଖେଳାଳି ୮ଟି ଗେମ ଡ୍ର ରଖି ସାରିଛନ୍ତି ।
Comments are closed.