Latest Odisha News

BREAKING NEWS

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୫.୪୫ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୭ ଲକ୍ଷ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫.୪୫ ଲକ୍ଷ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ ୩.୩୨ ଲକ୍ଷ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାସହିତ ୭,୯୨୯ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆମେରିକାରେ ସର୍ବାଧିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଏହା ପରେ ମେକ୍ସିକୋ, ରୁଷିଆ, ବ୍ରାଜିଲ, ଇଟାଲୀ, ଜର୍ମାନୀ, ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି।

ବିଶ୍ୱବ୍ୟାପୀ କରୋନା ସଂକ୍ରମଣର ସଂଖ୍ୟା ୭ କ‌ୋଟି ୭୧ ଲକ୍ଷ ଅତିକ୍ରମ କରିସାରିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଲୋକ କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ତେବେ ଏହି ବିପଜ୍ଜନକ ରୋଗରୁ ୩.୩୨ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ମୋଟ ମାମଲା ମଧ୍ୟରୁ ୨ କୋଟି ୧୩ ଲକ୍ଷ ଲୋକ ଏପର୍ଯ୍ୟନ୍ତ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Comments are closed.