Latest Odisha News

BREAKING NEWS

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୪.୬୩ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂଖ୍ୟା ୮ କୋଟି ୧୬ ଲକ୍ଷରୁ ଅଧିକ ହୋଇପାରିଛି। ଏଥି ସହିତ ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଛି। ତେବେ ଆଜି ପର୍ଯ୍ୟନ୍ତ ୫ କୋଟି ୭୭ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି।

କରୋନା ମହାମାରୀର ବିସ୍ତାର କ୍ରମାଗତ ଭାବରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୮.୧୬ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ, ବିଶ୍ୱରେ ୪.୬୩ ଲକ୍ଷରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି ଏବଂ ୮,୯୧୩ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୮ କୋଟି ୧୬ ଲକ୍ଷ ଅତିକ୍ରମ କରିସାରିଲାଣି। କରୋନା ଯୋଗୁଁ ୧୭ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୨ କୋଟି ୨୧ ଲକ୍ଷ ଲୋକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

Comments are closed.