Latest Odisha News

BREAKING NEWS

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୬.୩୮ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିଶ୍ୱର ୨୧୭ଟି ଦେଶରେ କାୟା ବିସ୍ତାର କରିସାରିଛି। ବର୍ତ୍ତମାନ ସୁଦ୍ଧା ରେକର୍ଡ ସ୍ତରରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୬ ଲକ୍ଷ ୩୮ ହଜାର ନୂଆ କରୋନା ମମାମଲା ରିପୋର୍ଟ ହୋଇଥିବା ବେଳେ ୯ ହଜାର ୫୯୩ ଜଣଙ୍କର ମୃତ୍ୟୁ ହୋଇଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ସ୍ଥିତି ମଧ୍ୟ ସଙ୍ଗୀନ। ଆମେରିକାରେ ପ୍ରତିଦିନ ଅଢେଇରୁ ଦୁଇ ଲକ୍ଷ କରୋନା ମାମଲା ଆସୁଛି।

ୱାର୍ଲଡ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୫ କୋଟି ୩୦ ଲକ୍ଷ ୬୯ ହଜାର ମାମଲା ରୁଜୁ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୧୨ ଲକ୍ଷ ୯୮ ହଜାର ୪୯୩ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୩ କୋଟି ୭୧ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ୧ କୋଟି ୪୫ ଲକ୍ଷ ରୋଗୀ ଚିକିତ୍ସିତ ହେଉଛନ୍ତି। ଯେଉଁଥିରେ ୯୫ ହଜାର ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

Leave A Reply

Your email address will not be published.