Latest Odisha News

BREAKING NEWS

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଥମିବାର ନାଁ ନେଉନାହିଁ। ଏବେ ସ୍ପେନ୍‌ ପରେ ଆର୍ଜେଣ୍ଟିନାରେ ମୋଟ କରୋନା ମାମଲା ୧୦ ଲକ୍ଷ ଅତିକ୍ରମ କରିଛି। ଭାରତ ପରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ମାମଲା ଆର୍ଜେଣ୍ଟିନାରେ ଦେଖିବାକୁ ମିଳିଛି। ଏଥି ସହିତ ସମଗ୍ର ବିଶ୍ୱରେ ସଂକ୍ରମଣ ସଂଖ୍ୟା ୪ କୋଟି ୬ ଲକ୍ଷକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ସମଗ୍ର ବିଶ୍ୱରେ ୩.୩୩ ଲକ୍ଷ କରୋନା ମାମଲା ଚିହ୍ନଟ ହୋଇଛନ୍ତି। ଏହା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।

ୱାର୍ଲଡ ମିଟର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧୧ ଲକ୍ଷ ୨୨ ହଜାର ଲୋକ ପ୍ରାଣ ହରାଇଥିବାବେଳେ ୩ କୋଟି ୩ ଲକ୍ଷ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସମଗ୍ର ବିଶ୍ୱରେ କେବଳ ୯୧ ଲକ୍ଷ ୬୮ ହଜାର ସକ୍ରିୟ ମାମଲା ଅଛି, ଅର୍ଥାତ୍ ବର୍ତ୍ତମାନ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

 

Comments are closed.