Latest Odisha News

ବିଶ୍ବକପ୍ ଫୁଟବଲ: ଉଦଘାଟନୀ ମ୍ୟାଚରେ କତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  :  ଫିଫା ଫୁଟ୍‌ବଲ ବିଶ୍ବକପ୍‌ର  ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଖେଳ ଆରମ୍ଭରୁ ଇକ୍ବେଡର ଅଧିନାୟକଙ୍କ ଦମଦାର ପ୍ରଦର୍ଶନ କତାରକୁ ହରାଇବାରେ ସହାୟକ ହୋଇଛି । ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ ପ୍ରଥମାର୍ଦ୍ଧରେ ଉଭୟ ଗୋଲ୍‌ ଦେଇ ଦଳକୁ ବିଜୟୀ କରାଇଥିଲେ।

ଆୟୋଜକ ଦଳ ଭାବେ ପ୍ରଥମଥର ବିଶ୍ବକପ୍‌ ଖେଳୁଥିବା କତାରକୁ ପରାସ୍ତକରିଥିବା ବେଳେ କତାର ଉନ୍ନତ ଖେଳ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଦକ୍ଷିଣ ଆମେରିକୀୟ ଦେଶ ଇ​‌କ୍ବେଡରର ଦୁର୍ଗ ଭେଦିବାରେ କତାର ଖେଳାଳି ବିଫଳ ହୋଇଛନ୍ତି । ଏହି ମ୍ୟାଚ ଜିତି ୩ ପଏଣ୍ଟ ହାତେଇଛି ଇକ୍ବେଡର ।

ମ୍ୟାଚ୍‌ରେ ୩ୟ ମିନିଟରେ ଅଧିନାୟକ ଏନର ଭାଲେଁସିଆ ଗୋଲ ପୋଷ୍ଟ ନିକଟରେ ଏକ ବଲ୍‌କୁ ହେଡମାରି  ଗୋଲ୍‌ମଧ୍ୟକୁ ପଠାଇ ଦେଇଥିଲେ। ତେବେ ବିଶ୍ବକପରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଉଥିବା ଭିଏଆର୍‌ରୁ ଇ‌େକ୍ବଡରର ଜଣେ ଖେଳାଳି ଅଫ୍‌ସାଇଡ୍‌ ଥିବାରୁ ଏହି  ଗୋଲ୍‌ ନାକଚ ହୋଇଥିଲା।

ଏହା ପରେ ପୁଣି ଅଧିନାୟକ୧୫ ମିନିଟରେ ଏକ ପେନାଲଟି ମାଧ୍ୟମରେ ପ୍ରଥମ ଗୋଲ୍‌ଦେଇଥିଲେ  ଇକ୍ଵେଡର ଆଗୁଆ ହୋଇ ଯାଇଥିଲା। କାତାର୍ ଗୋଲ୍‌ରକ୍ଷକ ଅଲ୍‌-ସାହିବ୍‌ ଇ‌େକ୍ବଡର ଷ୍ଟ୍ରାଇକରଙ୍କୁ ରୋକି ପକାଇଦେବାରୁ ଇ‌େକ୍ବଡରକୁ ପେନାଲ୍‌ଟି ମିଳିଥିଲା। ଏଥିରୁ ଏନର ଭାଲେଁସିଆ ଗୋଲ୍‌ ସ୍କୋର୍‌ କରିଥିଲେ।

ପୁଣି ୩୧ ମିନିଟରେ ଅଧିନାୟକ ଏନର ଭାଲେଁସିଆ ୨ୟ ଗୋଲ୍‌ ଦେଇଥିଲେ। ଏକ ଉଚ୍ଚା ସଟ୍‌ରୁ କୁଦାମାରି ଇ‌େକ୍ବଡର ଅଧିନାୟକ ଭାଲେଁସିଆ ଗୋଲ୍‌ ଦେଇଥିଲେ।

Comments are closed.