Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ଆସନ୍ତୁ ଜାଣିବା କଣ ରହିଛି ଭାରତର ପିଚ ନୀତି

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇଯାଇଛି । ଭାରତ ତାର ବିପକ୍ଷ ଦଳ ସହ ମୁକାବିଲା ପୂର୍ବରୁ ସ୍ୱତନ୍ତ୍ର କୌଶଳ ପ୍ରୟୋଗ କରି ପିଚ ନୀତି ପ୍ରସ୍ତୁତ କରିଛି । ଯେପରି ୮ ଅକ୍ଟୋବରରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ଚେନ୍ନାଇରେ ଧୀମା ପିଚ କରାଯାଇଛି । ଏଠାରେ ପ୍ରଥମେ ବ୍ୟାଟିଂ କରିବା ଟିମ ପାଇଁ ପିଚ ଅସୁବିଧା ସୃଷ୍ଟି କରିପାରେ । ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷ ହାଇ ଭୋଲଟେଜ ମୁକାବିଲା ପାଇଁ ଏଠାରେ ଫ୍ଲାଟ ପିଚ ପ୍ରସ୍ତୁତ କରାଯାଇଛି । ପାକିସ୍ତାନର ବୋଲିଂ ବିପକ୍ଷ ଶକ୍ତିଶାଳୀ ଥିବାରୁ ଭାରତ ପକ୍ଷରୁ ଏହି ରଣନୀତି ପ୍ରସ୍ତୁତ କରାଯାଇଛି । କଳା ମାଟିରେ ନିର୍ମିତ ପିଚରେ ବାଉନ୍ସ କମ ରହିବ । ଷ୍ଟାଡିୟମରେ ଦର୍ଶକ ସଂଖ୍ୟା ଅଧିକ ହୋଇଥିବାରୁ ଏହା ପରୋକ୍ଷରେ ପାକିସ୍ତାନ ପାଇଁ ଚାପ ସୃଷ୍ଟି କରିବ ।

ଧର୍ମଶାଳାରେ ୨୨ ଅକ୍ଟୋବରରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ଅନୁଷ୍ଠିତ ହେବ । ଏହାର ପିଚ ପେସ ବୋଲରଙ୍କୁ ସହାୟ ହୋଇଥାଏ । ନ୍ୟୁଜିଲାଣ୍ଡ ବୋଲରଙ୍କୁ ଆଖି ଆଗରେ ରଖାଯାଇ ପିଚକୁ ଯଥାସମ୍ଭବ ଧୀମା କରିବା ପାଇଁ ଉଦ୍ୟମ କରାଯାଇଛି । ଏକାନାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ସ୍ପିନରଙ୍କ ସୁହାଇଲା ଭଳି ପିଚ କରାଯାଇଛି । ଏଠାରେ ବଲକୁ ବୁଝିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିବ । ଇଡେନଗାର୍ଡେନରେ ନଭେମ୍ବର ୫ରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ମ୍ୟାଚ ଭାରତକୁ ଚିନ୍ତାରେ ପକାଇଛି । ଏଠାରେ ଚେଜ କରିବା ସର୍ବଦା କଷ୍ଟକର ସାବ୍ୟସ୍ତ ହୋଇଛି । ଏବେ ପିଚ ପେସରଙ୍କୁ ସୁହାଉଥିବାରୁ ଭାରତ ପାଇଁ ସମସ୍ୟା ସୃଷ୍ଟି କରିବାରେ ବୋଲି ଆଶଙ୍କା କରାଯାଇଛି ।

Leave A Reply

Your email address will not be published.