Latest Odisha News

BREAKING NEWS

ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଥମ ସଙ୍ଗୀତ ‘ତୁମ୍ କୟା ମିଲେ’ ରିଲିଜ୍

ମୁମ୍ବାଇ: ଚଳିତ ବର୍ଷ କରନ ଜୋହରଙ୍କ ଚଳଚ୍ଚିତ୍ର ମଧ୍ୟରୁ ‘ରକି ଔର ରାନୀ କି ପ୍ରେମ କାହାନୀ’ ଚର୍ଚ୍ଚାର ଶୀର୍ଷରେ ରହିଛି। କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା। ଯାହାକୁ ଦେଖିଲା ପରେ ପ୍ରଶଂସକଙ୍କୁ ୯୦ ଦଶକର କଥା ମନେ ପକାଇଦେଇଥିଲା। କରନ ଜୋହର ତାଙ୍କର ୨୫ ବର୍ଷର ଫିଲ୍ମ କ୍ୟାରିଅରରେ କରିଥିବା ସମସ୍ତ ଚଳଚ୍ଚିତ୍ରର ଏହା ଏକ ମ୍ୟାସଅପ୍। ଏହି ଫିଲ୍ମ ଟିଜରକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ବର୍ତ୍ତମାନ ରଣଭୀର ଏବଂ ଆଲିଆଙ୍କ ଏହି ଫିଲ୍ମର ପ୍ରଥମ ଗୀତ ‘ତୁମ୍ କୟା ମିଲେ’ ରିଲିଜ୍ ହୋଇଛି। ଏଥିରେ ଭୟଙ୍କର ରୋମାନ୍ସ ଦେଖିବାକୁ ମିଳିଛି।

BjdElectrycity

ଏହି ଗୀତରେ ଅର୍ଜିତ ସିଂ ଏବଂ ଶ୍ରେୟା ଘୋଷାଲଙ୍କ ସ୍ୱର ରହିଛି। ରଣଭୀର ସିଂ ଏବଂ ଆଲିଆ ଭଟ୍ଟ କାଶ୍ମୀରର ତୁଷାରପାତ ପର୍ବତରେ ଏକ ସିଫନ୍ ସାଢୀ ପିନ୍ଧି ରୋମାନ୍ସ କରୁଛନ୍ତି। ଏହି ଗୀତଟି ଏପରି ସୁଟ୍ ହୋଇଛି ଯେ ଏହା ଆପଣଙ୍କୁ ୯୦ ଦଶକକୁ ନେଇଯିବ। ଦର୍ଶକ ଏହି ଗୀତର ସଙ୍ଗୀତକୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି। ଦୀର୍ଘ ସମୟ ପରେ ଅରିଜିତ ସିଂ, ଅମିତାଭ ଭଟ୍ଟାଚାର୍ଯ୍ୟ ଏବଂ ପ୍ରୀତମ ‘ତୁମ୍ କୟା ମିଲେ’ ଗୀତ ପାଇଁ ଏକାଠି ହୋଇଛନ୍ତି। ଏ ତିନିଜଣ ପୂର୍ବରୁ ଏ ଦିଲ ହୈ ମୁଶକିଲର ଚାନ୍ନା ମେରେୟା ଗୀତ ପାଇଁ ଏକାଠି ହୋଇଥିଲେ।

ଏହି ଗୀତକୁ ନେଇ କରନ ଜୋହର କୁହନ୍ତି, ‘ଲଭ୍ ସଙ୍ଗ୍ ସବୁବେଳେ ଚ୍ୟାଲେଞ୍ଜିଂ ଅଟେ। ଧର୍ମା ପ୍ରଡକ୍ସନ୍ସର ଲଭ୍ ସଙ୍ଗ୍ ସବୁବେଳେ ସମଗ୍ର ବିଶ୍ୱରେ ଦର୍ଶକଙ୍କ ସହ ସଂଯୋଗ କରେ। ମୋର ମନେ ଅଛି, ଆମେ ରକି ଔର ରାନୀ କି ପ୍ରେମ କାହାନୀର ପ୍ରେମ ସଂଗୀତର ରେକର୍ଡିଂ ଶେଷରେ ରଖିଥିଲୁ କାରଣ ପ୍ରୀତମ ଦାଦା, ଅମିତାଭ ଏବଂ ମୁଁ ଗୀତଟି କିପରି ଶୁଣାଯିବ ସେଥିପାଇଁ ବହୁତ ଚିନ୍ତିତ ଥିଲୁ। ଆମେ ସବୁବେଳେ ଆମର ବାନ୍ଦ୍ରା କାର୍ଯ୍ୟାଳୟରେ ସାକ୍ଷାତ କରୁଥିଲୁ କାରଣ ଦାଦା ତାଙ୍କ ପାଇଁ ଏହି ସ୍ଥାନଟି ଅନେକ ଭାଗ୍ୟବାନ ମନେ କରନ୍ତି। ମୋର ମନେ ଅଛି, ଆମର ଗୋଟିଏ ସଭାରେ ସେ ଆମକୁ ସିର୍ଫ ତୁମ୍ କୟା ମିଲି ର ସ୍ୱର ଶୁଣାଇଥିଲେ ଏବଂ ଏହା ମୋ ମନରେ ପୁନଃ ପ୍ରତିରୂପିତ ହୋଇଥିଲା। ମୁଁ ଆଶା କରିବି ଏହି ଗୀତଟି ଆମର ଅନ୍ୟାନ୍ୟ ପ୍ରେମ ଗୀତ ପରି ଦର୍ଶକଙ୍କ ସହିତ ଏକ ସୁନ୍ଦର ସଂଯୋଗ ସୃଷ୍ଟି କରିବ।’

Leave A Reply

Your email address will not be published.