Latest Odisha News

BREAKING NEWS

ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ

ଏସିଆ କପ କ୍ରିକେଟ ମାଧ୍ୟମରେ ଭାରତୀୟ ଦଳ ଧିରେ ଧିରେ ବିଶ୍ୱକପ ପାଇଁ ଟିମ କମ୍ବିନେଶନ ପ୍ରସ୍ତୁତ କରି ସାରିଛି । ଇଂଲଣ୍ଡ ରଣନୀତିକୁ ଆପଣାଇ ଟିମ ଇଣ୍ଡିଆ ଏଥର ବିଶ୍ୱକପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି । ଘରୋଇ ପରିବେଶରେ ମିଳିଥିବା ସୁବର୍ଣ୍ଣ ସୁଯୋଗକୁ ଦଳ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ଆସନ୍ତୁ ନଜର ପକାଇବା ଟିମ ଇଣ୍ଡିଆର ଦକ୍ଷତା ଉପରେ…
ସମସ୍ତ ପେସ ବୋଲର ଲୟରେ: ଭାରତର ସମସ୍ତ ପେସ ବୋଲର ଏବେ ଫର୍ମକୁ ଫେରିଛନ୍ତି । ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଏସିଆ କପରେ ଏହାର ଝଲକ ଦେଖାଇ ଦେଇଛନ୍ତି ।ମଧ୍ୟ ଭାଗରେ ୱିକେଟ ହାସଲକାରୀ ବୋଲର:ପୂର୍ବରୁ ପ୍ରଥମ ୧୦ ଓଭରରେ ପେସରମାନେ ୱିକେଟ ହାସଲ କରି ନ ପାରିଲେ ଟିମ ଚାପରେ ରହୁଥିଲା । ଏବେ କିନ୍ତୁ ମଧ୍ୟ ଭାଗରେ ବୋଲରମାନେ ୱିକେଟ ନେବାରେ ସଫଳ ହେଉଛନ୍ତି । କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହାର ଉଦାହରଣ । ଜଣେ ବିଫଳ ହେଲେ ମଧ୍ୟ ଅନ୍ୟମାନେ ଏହାର କ୍ଷତି ଭରଣା କରିପାରୁଛନ୍ତି ।

ଫର୍ମରେ ଟପ ଅର୍ଡର:ଏସିଆ କପ ପୂର୍ବରୁ ଭାରତ ପାଇଁ ସବୁଠାରୁ ବଡ ସମସ୍ୟା ଥିଲା ଟପ ଅର୍ଡର । ରୋହିତ ଶର୍ମା ଆଉଟ ଅଫ ଫର୍ମ ଥିବା ବେଳେ ଶୁଭମନ ଗିଲ ନିରାଶ କରୁଥିଲେ । ଏବେ କିନ୍ତୁ ରୋହିତ, ଗିଲ, ବିରାଟ କୋହଲି ଓ ଈଶାନ କିଶାନ ଭଲ ଫର୍ମରେ ରହିଛନ୍ତି । ଯାହାକି ଦଳର ଆତ୍ମବିଶ୍ୱାସ ବଢ଼ାଇଛି ।
ମିଡିଲ ଅର୍ଡରରେ ବ୍ୟାଟିଂ ସମସ୍ୟା ଶେଷ:କେଏଲ ରାହୁଲ, ଈଶାନ କିଶାନ ଓ ଶ୍ରେୟାସ ଆୟାର ଫର୍ମକୁ ଫେରିବା ଯୋଗୁ ମିଡିଲ ଅର୍ଡର ବ୍ୟାଟିଂ ସମସ୍ୟା ଦୂର ହୋଇଛି । ରାହୁଲଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ସେ ଏସିଆ କପରେ ପ୍ରଦର୍ଶନ ମାଧ୍ୟମରେ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ।

ଭରପୂର ଅଲରାଉଣ୍ଡର:ଏଥର ଟିମ ଇଣ୍ଡିଆରେ ଭରପୂର ଅଲରାଉଣ୍ଡର ରହିଛନ୍ତିି । ଯାହାକି ଉଭୟ ବ୍ୟାଟିଂ ଓ ବୋଲିଂ ସମସ୍ୟାକୁ ଦୂର କରିପାରିବ । ଦଳରେ ଏବେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ଶାର୍ଦ୍ଦୁଳ ଠାକୁରଙ୍କ ଉପସ୍ଥିତି ଯୋଗୁ ୮ ପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନ ରହିଛନ୍ତି । ସେହିପରି ବିକଳ୍ପ ବୋଲିଂ ମଧ୍ୟ ଭାରତୀୟ ହାତରେ ରହିଛି ।ହଟିଲା ନକଆଉଟ ଚୋକ:ଦୀର୍ଘ ଦିନ ପରେ ଭାରତୀୟ ଦଳରୁ ନକଆଉଟ ଚୋକ ହଟିଛି । ୨୦୧୮ ପରେ ଦଳ ପ୍ରଥମ ଥର ପାଇଁ ମଲ୍ଟିନ୍ୟାଶନାଲ ଟୁର୍ଣ୍ଣାମେଂଟ ଜିତିଛି । ଆଇସିସି ମୁକାବିଲାରେ ନକଆଉଟ ପର୍ଯ୍ୟାୟରୁ ଭାରତ ବାରମ୍ବାର ବିଦା ହେଉଥିଲା । ଏବେ ଏସିଆ କପ ଚାମ୍ପିୟନ ଯୋଗୁ ଏହି ଗ୍ରହଣ ମଧ୍ୟ ହଟିଛି ।

Leave A Reply

Your email address will not be published.