Latest Odisha News

BREAKING NEWS

ମହିଳାଙ୍କ ଉପରକୁ ଛେପ ପକାଇ ପଳାଇଲେ ନୱାଜ ସରିଫଙ୍କ ଡ୍ରାଇଭର; ଭିଡିଓ ଭାଇରାଲ

ଲଣ୍ଡନ:ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ଏହି ଭାଇରାଲ ଭିଡିଓ କହୁଛି ପାକିସ୍ତାନୀଙ୍କ ବ୍ୟକ୍ତିତ୍ୱକୁ  । ପାକିସ୍ତାନୀଙ୍କ ଆଚାର ବ୍ୟବହାରକୁ । ଭିଡିଓଟି ସୋନିଆଲ ମିଡିଆରେ ଘୂରି ବୁଲୁଛି । ଏପରିକି ପାକିସ୍ତାନୀ ସୋସିଆଲ ମିଡିଆରେ ବି ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି, ଏକ କାରକୁ ଜଣେ ମହିଳା ହାତ ହଲାଇ ଅଟକାଇବାକୁ ଚାହୁଁଛନ୍ତି । ମହିଳାଙ୍କ ଇସାରା ପାଇ କାର ଅଟକି ଯାଇଥିଲା । କାର କାଚ ତଳକୁ ଖସାଇଥିଲେ ଡ୍ରାଇଭର । ଭିତରେ ଦେଖିବାକୁ ମିଳିଥିଲା, କାରର ଆଗ ସିଟରେ ବସିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବସିଥିଲେ । ଏହି ସମୟରେ ଡ୍ରାଇଭର ମୁହଁ ବାହାରକୁ ବାହାର କରିଥିଲେ । ମହିଳା ଜଣକ ସମସ୍ତ ଘଟଣା ନିଜ ମୋବାଇଲରେ ରେକର୍ଡ ବି କରୁଥାନ୍ତି ।

ମହିଳା ଜଣକ କାରରେ ବସିଥିବା ନୱାଜ ସରିଫଙ୍କୁ ଦେଖି କହିଥିଲେ, ଆପଣ ଜଣେ ଭ୍ରଷ୍ଟାଚାରୀ ?

ପ୍ରଶ୍ନର ଉତ୍ତର ନବାଜ ସରିଫ ଦେବା ପୂର୍ବରୁ ତାଙ୍କ ଡ୍ରାଇଭର ମହିଳାଙ୍କ ଉପରକୁ ମେଞ୍ଚାଏ ଛେପ ପକାଇଥିଲେ । ଛେପ ପକାଇବା ପରେ ତୁରନ୍ତ କାରର କାଚ ବନ୍ଦ କରି ସେଠାରୁ ପଳାଇ ଯାଇଥିଲେ ।

ଏହି ଭିଡିଓଟି ଏବେ ସୋସିଆଲ ମିଡିଆାରେ ଭାଇରାଲ ହୋଇଛି । ଭିଡିଓକୁ ଡ.ଫାତିମା କେ ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଏଥିରେ କୁହାଯାଇଛି, ଜଣେ ମହିଳା ସାମ୍ବାଦିକା ନୱାଜ ସରିଫଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଡ୍ରାଇଭର ମହିଳାଙ୍କ ମହଁକୁ ଛେପ ପକାଇଲେ ।

Leave A Reply

Your email address will not be published.