Latest Odisha News

BREAKING NEWS

ପାକିସ୍ତାନକୁ ୩୩୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ମାଞ୍ଚେଷ୍ଟର: ବର୍ଷା ବାଧାପ୍ରାପ୍ତ ଭାରତ-ପାକିସ୍ତାନ ମ୍ୟାଚରେ ବିରାଟ ବାହିନୀ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିବା ଫଳରେ ଭାରତର ବିଜୟ ଆଶା ଉଜ୍ଜିବୀତ ହୋଇଛି । ଓପନର ରୋହିତ ଶର୍ମାଙ୍କ ଧୁଆଁଧାର ୧୪୦ର ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ବିନିମୟରେ କରିଛି ୩୩୬ ରନ ।

ଇନିଂସ ଶେଷ ବେଳକୁ ବିଜୟ ଶଙ୍କର ୧୫ ରନ ଏବଂ କେଦାର ଯାଦବ ୯ ରନ କରି ଅପରାଜିତ ରହିଥିଲେ ।

ଟସରେ ଜିତି ପାକିସ୍ତାନ କପ୍ତାନ ସର୍ଫରାଜ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଭାରତୀୟ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ୧୧୩ଟି ବଲରେ ୩ଟି ଛକା ଓ ୧୪ଟି ଛକା ସହିତ ୧୪୦ ରନ ସ୍କୋର କରିଥିଲେ । ଲୋକେଶ ରାହୁଲ ୩ଟି ଛକା ସହିତ ୫୭ ରନ କରିଥିଲେ । ଦଳର ସ୍କୋର ୧୩୬ ରନ ହୋଇଥିବା ସମୟରେ ପ୍ରଥମ ଭାରତୀୟ ୱିକେଟର ପତ୍ତନ ଘଟିଥିଲା ।

ବିରାଟ କୋହଲୀ ଅପରାଜିତ ୭୧ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିଲେ ।

ପାକିସ୍ତାନୀ ବୋଲର୍ ମହମ୍ମଦ ଆମିର ୩ଟି, ହାସନ ଅଲ୍ଲୀ ଓ ୱାହାବ ରିୟାଜ ଗାଟିଏ କରି ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.