Latest Odisha News

BREAKING NEWS

ରୋହିତଙ୍କ ଧୁଆଁଧାର ଶତକ ବଳରେ ଭାରତର ବିଶାଳ ୩୦୫ ରନ୍

ମାଞ୍ଚେଷ୍ଟର: ଦୁର୍ଦ୍ଦଶ ଓପନର ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ବଳରେ ଟିମ୍ ଇଣ୍ଡିଆ ୪ ୱିକେଟ ବିନିମୟରେ ୩୦୫ ରନ ସ୍କୋର କରିପାରିଛି । ଭାରତ ୪୫ ଓଭରରେ ୪ ୱିକେଟ ବିନିମୟରେ ୩୦୫ ରନ କରିଥିବା ବେଳେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇ ବନ୍ଦ ରହିଛି ।

ଟସରେ ଜିତି ପାକିସ୍ତାନ କପ୍ତାନ ସର୍ଫରାଜ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଭାରତୀୟ ଓପନର୍ ରୋହିତ ଶର୍ମା ଓ ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ୧୧୩ଟି ବଲରେ ୩ଟି ଛକା ଓ ୧୪ଟି ଛକା ସହିତ ୧୪୦ ରନ ସ୍କୋର କରିଥିଲେ । ଲୋକେଶ ରାହୁଲ ୩ଟି ଛକା ସହିତ ୫୭ ରନ କରିଥିଲେ । ଦଳର ସ୍କୋର ୧୩୬ ରନ ହୋଇଥିବା ସମୟରେ ପ୍ରଥମ ଭାରତୀୟ ୱିକେଟର ପତ୍ତନ ଘଟିଥିଲା ।

ବିରାଟ କୋହଲୀ ଅପରାଜିତ ୭୧ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିଲେ ।

ପାକିସ୍ତାନୀ ବୋଲର୍ ମହମ୍ମଦ ଆମିର ୨ଟି, ହାସନ ଅଲ୍ଲୀ ଓ ୱାହାବ ରିୟାଜ ଗୋଟିଏ କରି ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.