Latest Odisha News

BREAKING NEWS

ରୋହିତଙ୍କ ରେକର୍ଡ଼ ୪ର୍ଥ ଶତକ, ବାଂଲାଦେଶ ବିପକ୍ଷରେ ଭାରତର ଲଢୁଆ ୩୧୪ ରନ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ରୋହିତ ଶର୍ମା ୪ଟି ଶତକ ହାସଲ କରି ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଭାରତ ବାଂଲାଦେଶ ସମ୍ମୁଖରେ ୩୧୫ ରନର ବିଜୟ ଲକ୍ଷ୍ୟ ଦେଇଛି । ଟିମ୍ ଇଣ୍ଡିଆ ସମୁଦାୟ ୫୦ ଓଭର ଖେଳି ୯ ୱିକେଟ ବିନିମୟରେ କରିଛି ୩୧୪ ରନ ।

ମଙ୍ଗଳବାର ଦିନ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତୀୟ ଓପନର୍ ରୋହିତ ଶର୍ମା ମୋଟ ୯୩ଟି ବଲରୁ ୫ଟି ବିଶାଳ ଛକା ଏବଂ ୭ଟି ଚୌକା ସହ ଆକର୍ଷଣୀୟ ୧୦୪ ରନ ସଂଗ୍ରହ କରିଥିଲେ । ଏହି ଶତକୀୟ ଇନିଂସ ବଳରେ ରୋହିତ କେବଳ ଗୋଟିଏ ରେକର୍ଡ଼ ନୁହେଁ ବରଂ ଅନେକ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତିି । ଭାରତୀୟ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ଓପନିଂ ଷ୍ଟାଇକର୍ କେ ଏଲ ରାହୁଲ ୭୭ ରନ, ରିଷଭ ପନ୍ଥ ଉପଯୋଗୀ ୪୮ ରନ ଏବଂ ମହେନ୍ଦ୍ର ସିଂହ ଧୋନୀ ଉପଯୋଗୀ ୩୫ ରନ କରିଥିଲେ ।

କପ୍ତାନ ବିରାଟ କୋହଲୀ କ୍ରିଜରେ ବେଶି ସମୟ ତିଷ୍ଠି ପାରିନଥିଲେ ଏବଂ ସେ ମାତ୍ର ୨୬ ରନ କରିବାକୁ ସକ୍ଷମ ହୋଇଥିଲେ ।

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର୍ ରେହମାନ୍ ମୂଲ୍ୟବାନ ୫ଟି ୱିକେଟ ଅକ୍ତିଆର କରିପାରିଛନ୍ତି ।

ରୋହିତଙ୍କ ରେକର୍ଡ଼ ୪ର୍ଥ ଶତକ:

ରୋହିତ ଶର୍ମା ଏବେ ସମ୍ପୂର୍ଣ୍ଣ ଫର୍ମରେ ରହିଛନ୍ତି । ସେ ବିଶ୍ୱର ଶ୍ରେଷ୍ଠ ଓପନର୍ ଭାବେ ନିଜକୁ ଆଜି ପ୍ରମାଣିତ ମଧ୍ୟ କରିଛନ୍ତିି । ସେ ଚଳିତ ବିଶ୍ୱକପରେ ୭ଟି ମ୍ୟାଚ ଖେଳି ସେଥିମଧ୍ୟରେ ୪ଟି ଶତକୀୟ ଇନିଂସ କରିଛନ୍ତି । ଏହାମଧ୍ୟ ରୋହିତଙ୍କ ୫ମ ବିଶ୍ୱକପ ଶତକ । ଏବେ ରୋହିତ ଶର୍ମା ୫୪୪ ରନ ସହିତ ନଂ ୧ ରନ ହାସଲକାରୀ ହୋଇଛନ୍ତି । ତାଙ୍କ ତଳକୁ ୨ୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଓପନର୍ ଡ଼େଭିଡ଼ ୱାର୍ଣ୍ଣର୍ ୫୧୬ ରନ ଏବଂ କଙ୍ଗାରୁ କପ୍ତାନ ଆରୋନ୍ ଫିଞ୍ଚ୍ ୫୦୪ ରନ ସଂଗ୍ରହ କରିଛନ୍ତି । ରୋହିତ ଚଳିତ ବିଶ୍ୱକପରେ ୩ୟ ବ୍ୟାଟ୍ସମ୍ୟାନ ଭାବେ ୫୦୦ ରନ ଅତିକ୍ରମ କରିଛନ୍ତି ।

ଗୋଟିଏ ବିଶ୍ୱକପରେ ସବୁଠୁ ଅଧିକ ଶତକ:

୧ – ରୋହିତ ଶର୍ମା – ୪ ଶତକ
୨ – କୁମାର ସାଙ୍ଗକାରା – ୪ ଶତକ
୩ – ମାର୍କ ୱଗ – ୩ ଶତକ
୪ – ସୌରଭ ଗାଙ୍ଗୁଲୀ – ୩ ଶତକ
୫ – ମାଥ୍ୟୁ ହେଡ଼େନ – ୩ ଶତକ

Leave A Reply

Your email address will not be published.