Latest Odisha News

BREAKING NEWS

ବିଶ୍ୱକପରେ ଭାରତ ପାଇଁ ସର୍ବଦା ସମସ୍ୟା ସୃଷ୍ଟି କରିଛି ଶ୍ରୀଲଙ୍କା

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଭାରତ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । କ୍ରମାଗତ ୬ ମ୍ୟାଚରେ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଏହାକୁ ଜିତି ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିବ । ଶ୍ରୀଲଙ୍କା ବିପକ୍ଷରେ ଭାରତର ଓଭରାଲ ରେକର୍ଡ ଭଲ ରହଛି । ମାତ୍ର ବିଶ୍ୱକପରେ ସର୍ବଦା ଏହି ଦଳ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । ଉଭୟ ଟିମ ମଧ୍ୟରେ ଓଭରାଲ ୧୬୭ ମ୍ୟାଚ ଖେଳାଯାଇଛି । ଭାରତ ୯୮ ଓ ଶ୍ରୀଲଙ୍କା ୫୭ ମ୍ୟାଚରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ୧୧ ମ୍ୟାଚର ଫଳାଫଳ ବାହାରି ପାରି ନାହିଁ । ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ୯ଟି ମ୍ୟାଚ ଖେଳାଯାଇଛି । ଉଭୟ ଟିମ ୪ଟି ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଗୋଟିଏ ମ୍ୟାଚର ଫଳାଫଳ ବାହାରିପାରି ନାହିଁ ।

୧୯୭୯ରେ ଭାରତକୁ ହରାଇ ଶ୍ରୀଲଙ୍କା ବିପର୍ଯ୍ୟୟ ସୃଷ୍ଟି କରିଥିଲା । ୧୯୯୬ରେ ଭାରତ ସେମିଫାଇନାଲରେ ପରାଜିତ ହୋଇ ବିଦାୟ ନେଇଥିଲା । ୨୦୦୭ରେ ଶ୍ରୀଲଙ୍କାଠାରୁ ହାରିବା ଫଳରେ ଭାରତ ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ଅପରପକ୍ଷରେ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ୨୦୨୩ ଏସିଆ କପ ଫାଇନାଲରେ ଭାରତ ଶୋଚନୀୟ ଭାବେ ଶ୍ରୀଲଙ୍କାକୁ ହରାଇଥିଲା । ସେହିପରି ଜାନୁୟାରୀରେ ଶ୍ରୀଲଙ୍କାକୁ ୩୧୭ ବୃହତ ବ୍ୟବଧାନରେ ଭାରତ ହରାଇଥିଲା ।

Leave A Reply

Your email address will not be published.