Latest Odisha News

BREAKING NEWS

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ଜମ୍ମୁ-କଶ୍ମୀର

ପୋର୍ଟବ୍ଲେୟାର: ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଶ୍ବରେ କ୍ରମାଗତ ଭାବରେ ଭୂକମ୍ପ ଅନୁଭୂତ ହେଉଥିବା ଘଟାଣା ସାମ୍ନାକୁ ଆସୁଛି । ଯାହାଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ପୁଣି ଆଜି(ବୁଧବାର) ଦେଶର ଦୁଇଟି ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ମଧ୍ୟାହ୍ନରେ ଦେଶର ଜମ୍ମୁ-କଶ୍ମୀର ଓ ସଂଧ୍ୟାରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ସନ୍ଧ୍ୟାରେ ଆଣ୍ଡାମାନରେ ହୋଇଥିବା ଏହି ଭୂକମ୍ପକୁ ନେଇ ଜାତୀୟ ଭୂକମ୍ପ କେନ୍ଦ୍ର ଏକ ଅପଡେଟ ଜାରି କରିଛି । ଭୂକମ୍ପ କେନ୍ଦ୍ର କହିଛି ଯେ, ଏହି ଭୂକମ୍ପ ଆଜି ସଂଧ୍ୟା ୬ ଟା ୨୧ରେ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫ ରହିଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ମାଟି ଭିତରେ ୧୨୦ କିଲୋମିଟର ରହିଛି । ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଅନ୍ୟପଟେ ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ ଆଜି ଜାମ୍ମୁ-କଶ୍ମୀରର ଡୋଡାରେ ମଧ୍ୟାହ୍ନ ୧୨ ଟା ୨୨ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରହିଛି । ଏହି ସମୟରେ ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ଥ ଥିଲେ । ହଠାତ ଏହି ଭୂକମ୍ପ ଅନୁଭୂତ ହେବାପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

Leave A Reply

Your email address will not be published.