Latest Odisha News

BREAKING NEWS

ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ମାଞ୍ଚେଷ୍ଟର୍: ଭାରତୀୟ ଅଧିନାୟକ ବିରାଟ କୋହଲୀ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟାଟିଂ ନେଇ ୱେଷ୍ଟଇଣ୍ଡିଜ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଭାରତୀୟ ଦଳରେ ୫ଜଣ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ସହିତ ୩ ଜଣ ବିଶ୍ୱସ୍ତରୀୟ ଅଲରାଉଣ୍ଡର ଖେଳୁଛନ୍ତି । ଦଳର ବ୍ୟାଟିଂ ରୋହିତ, ବିରାଟ, ଧୋନୀ, ରାହୁଲ, ପାଣ୍ଡ୍ୟା ଏବଂ ବିଜୟଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି ।

ଦଳରେ ରହିଥିବା ତିନିଜଣ ଅଲରାଉଣ୍ଡର୍ ହେଲେ – ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର ଏବଂ କେଦାର ଯାଦବ ।

କ୍ରିସ୍ ଗେଲଙ୍କ ବ୍ୟାଟରୁ ଆକ୍ରମଣାତ୍ମକ ବ୍ୟାଟିଂକୁ ପ୍ରତିହତ କରିବାକୁ ସାମି ଓ ବୁମରା ଚେଷ୍ଟା କରିବେ । ଆଜି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ହେଉଥିବା ଏହି ମ୍ୟାଚରେ ୟୁଜବେନ୍ଦ୍ର ଚହଲ୍ ଏବଂ କୁଲଦୀପ ଯାଦବ ସେମାନଙ୍କର ସ୍ମିନ ମାଧ୍ୟମରେ ଇଣ୍ଡିଜ୍ ବ୍ୟାଟିଂକୁ ହଇରାଣ କରିବା ଲାଗି ସମସ୍ତ କୌଶଳ ଦେଖାଇବାକୁ ଚେଷ୍ଟା କରିବେ ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ବିଜୟ ଶଙ୍କର, ଯଶପ୍ରିତ ବୁମରା ଓ ମହମ୍ମଦ ସାମି ।

Leave A Reply

Your email address will not be published.