Latest Odisha News

BREAKING NEWS

ରାଜ୍ୟରେ ହ୍ରାସ ପାଇଛି ଦାରିଦ୍ର‌୍ୟ ହାର: ମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ବିଧାନସଭାରେ ବଜେଟ୍ ଅଧିବେଶନ ଜାରି ରହିଥିବାବେଳେ ରାଜ୍ୟରେ ଦାରିଦ୍ର‌୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଥିବା ନେଇ ଗୁରୁବାର ଦିନ କହିଛନ୍ତି ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବିଜେପି ସଦସ୍ୟ ମୋହନ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ୨୦୦୪-୦୫ ବର୍ଷରେ (୫୭.୨୦%) ତଥା ୨,୨୧,୬୦ ହଜାର ଲୋକ ଗରିବ ଥିଲେ। ଏହି ସଂଖ୍ୟା ୨୦୧୧-୧୨ ବର୍ଷରେ (୩୨.୫୯%) ଅର୍ଥାତ ୧,୩୮,୫୩ ହଜାର ଗରିବ ଚିହ୍ନଟ ହୋଇଥିଲେ।

ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ଉଲ୍ଲେଖ କରିବାକୁ ଯାଇ ଶ୍ରୀଯୁକ୍ତ ବେହେରା କହିଛନ୍ତି ଯେ, ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୪୦୭ ଟଙ୍କା ଥିବାବେଳେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୪୯୭ ଟଙ୍କା ଥିଲା। ସେହିପରି ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ହାରାହାରି ୬୯୫ ଟଙ୍କା ରହିଥିବାବେଳେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୮୬୧ ଟଙ୍କା ରହିଥିଲା।

Leave A Reply

Your email address will not be published.