Latest Odisha News

BREAKING NEWS

ପାକିସ୍ତାନ ଆଗରେ ଆଫଗାନିସ୍ତାନ ରଖିଲା ୨୨୮ ରନର ବିଜୟ ଲକ୍ଷ୍ୟ

ଲଣ୍ଡନ: ବିଶ୍ୱକପରେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ପାକିସ୍ତାନକୁ ୨୨୮ ରନର ବିଜୟ ଲକ୍ଷ୍ୟ ଦେଇଛି ଆଫଗାନିସ୍ତାନ । ଅନଭିଜ୍ଞ ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ବିନିମୟରେ କରିଛି ୨୨୭ ରନ ସ୍କୋର ।

ଆଫଗାନିସ୍ତାନ ଦଳର ଓପନିଂ ଯୋଡ଼ି ସ୍ୱିଂଗ୍ ପିଚରେ ବେଶ୍ ଜମି ଆସୁଥିବା ବେଳେ ପାକିସ୍ତାନୀ ବୋଲରଙ୍କ ଶିକାର ହୋଇଥିଲେ । ରେହମତ୍ ଶାହ ୩୫ ରନ ଏବଂ କପ୍ତାନ ଗୁଲବାଦିନ ନୈବ ୧୫ ରନ କରିବାକୁ ସକ୍ଷମ ହୋଇଥିଲେ । ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଅସଗର୍ ଆଫଗାନ ଦ୍ରୁତ ୪୨ ରନ କରିଥିଲେ । ସେ ୩୫ଟି ବଲରେ ୨ଟି ବିଶାଳ ଛକା ଏବଂ ୩ଟି ଆକର୍ଷଣୀୟ ଚୌକା ମାରିଥିଲେ । ସେହିପରି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନଜିବୁଲ୍ଲା ୪୨ ଇକ୍ରାମ ୨୪ ଏବଂ ମହମ୍ମଦ ନବୀ ୧୬ ରନ କରିପାରିଥିଲେ ।

ପାକିସ୍ତାନୀ ବୋଲର୍ ଇମାଦ ୱାସିମ୍ ୨ଟି ୱିକେଟ ହାସଲ କରିଥିବା ବେଳେ ଶାହୀନ ଆଫ୍ରିଦି ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ ହାସଲ କରିଛନ୍ତି । ସେହିପରି ରିୟାଜ ୨ଟି ଏବଂ ଶାଦବ ଖାନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ପାଳି ଆରମ୍ଭ କରି ଗୋଟିଏ ୱିକେଟ ବିନିମୟରେ କରିଛି ୩୦ ରନ ।

Leave A Reply

Your email address will not be published.