Latest Odisha News

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବିଳମ୍ବ, ବର୍ଷା ସାଜିଲା ବାଧକ

ନଟିଂହାମ: ବିଶ୍ୱକପ କ୍ରିକେଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ଦୁଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେଉଛି । ପ୍ରବଳ ବର୍ଷା ଯୋଗୁଁ ଷ୍ଟାଡ଼ିୟମରେ ବର୍ଷା ଜଳ ନିଷ୍କାସନ କରିବାରେ ସମୟ ଲାଗୁଥିବାରୁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ଘଟୁଛି ।

ଦୁଇ ଅମ୍ଫାୟାର ମାରାଇସ୍ ଏରାସମସ ଓ ପଲ୍ ରାଇଫେଲ ପିଚ୍ ନିରୀକ୍ଷଣ କରି ରିପୋର୍ଟ ଦେବା ପରେ ଆରମ୍ଭ ହେବ ମ୍ୟାଚ । ମ୍ୟାଚ ରେଫରୀ ରଞ୍ଜନ ମଧୁଗଲେଙ୍କ ଚୂଡ଼ାନ୍ତ ରିପୋର୍ଟ ପରେ ହିଁ ମ୍ୟାଚ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଏକଘଣ୍ଟା ପୂର୍ବରୁ ନଟିଂହାମଠାରେ ପ୍ରବଳ ବର୍ଷା ହେବା ଯୋଗୁଁ ଆଶଙ୍କା ମଧ୍ୟରେ ରହିଛନ୍ତି ଆୟୋଜକ । ମ୍ୟାଚଟି ବାତିଲ୍ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

ଏଠାରେ ସୂଚନାଯୋଗ୍ୟ, ଚଳିତ ବିଶ୍ୱକପରେ ଏହାପୂର୍ବରୁ ପାକିସ୍ତାନ ବନାମ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ବର୍ଷାଯୋଗୁଁ ବାତିଲ୍ ହୋଇଛି । ତେବେ ଗୋଟିଏ ବିଶ୍ୱକପରେ ଏତେସଂଖ୍ୟକ ମ୍ୟାଚ୍ ବର୍ଷାଯୋଗୁଁ ବାତିଲ୍ ହେବା ଏହା ପ୍ରଥମ ଘଟଣା । ଏହି ବିଶ୍ୱକପ ଏହି ସମୟରେ ଇଂଲଣ୍ଡରେ ଆୟୋଜନ ହେବା କେତେଦୂର ସମିଚୀନ ତାହାକୁ ନେଇ ଏବେ କ୍ରିକେଟ ଜଗତରେ ଆଲୋଚନା ଆରମ୍ଭ ହୋଇଛି ।

Leave A Reply

Your email address will not be published.