Latest Odisha News

ନାବାଳକର ଅଦ୍ଭୁତ କାଣ୍ଡ, ଫେକ୍ ଆକାଉଣ୍ଟ କରି ଫେସବୁକରେ ଲୁଟୁଥିଲା ଟଙ୍କା

ସମ୍ବଲପୁର : ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର କ୍ରାଇମ୍ ବଢୁଥିବାବେଳେ ସମ୍ବଲପୁରରେ ମଧ୍ୟ ଏଭଳି ଅପରାଧ ଘଟିଥିବା ନେଇ ସୂଚନା ମିଳିଛି । ଏହି ଠକେଇ ପଛରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳକର ହାତ ରହିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଉକ୍ତ ନାବାଳକ ଜଣକ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କ ଭଳି ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଫେକ୍ ଫେସବୁକ୍ ଆକାଉଣ୍ଟ ତିଆରି କରି ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲା ।

ଏସମ୍ପର୍କରେ ସମ୍ବଲପୁର ଏସପି ସଞ୍ଜୀବ ଅରୋରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ନାବାଳକ ଜଣକ ଫେସବୁକରେ ଫେକ୍ ଆକାଉଣ୍ଟ ତିଆରି କରି ମନ୍ତ୍ରୀ, ବିଧାୟକ ତଥା ସାଂସଦଙ୍କ ପରିଚୟ ଦେଇ ସେ ଅନ୍ୟ ଲୋକମାନଙ୍କ ସହ ଚାଟିଂ କରୁଥିଲା । ଏହି ଭିଭିଆଇପିଙ୍କ ଫ୍ରେଣ୍ଡ୍ ଲିଷ୍ଟରେ ଥିବା ବ୍ୟକ୍ତିମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ସହ କୌଶଳକ୍ରମେ ସେମାନଙ୍କ ଠାରୁ ଟଙ୍କା ଓ ମୋବାଇଲ ଆଦି ହଡପ କରୁଥିଲା ।

ଏନେଇ ଅଭିଯୋଗ ପରେ ପୋଲିସ ଗୁରୁବାର ଦିନ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଗିରଫ କରିଛି। ଏହି ନାବାଳକକୁ ପ୍ରଥମେ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ସମ୍ମୁଖରେ ଉପସ୍ଥିତ କରାଯିବ ଏବଂ ପରବର୍ତ୍ତୀ ସମୟରେ ତାକୁ ସୁଧାରଗୃହକୁ ପଠାଯିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.