Latest Odisha News

BREAKING NEWS

ଗୁଗଲର ସମସ୍ତ ସର୍ଚ୍ଚ ରେକର୍ଡ ଭଙ୍ଗ କଲା ଫିଫା ବିଶ୍ୱକପ ଫାଇନାଲ

ଦୋହା: ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ ପୂର୍ବରୁ ଏହାକୁ ଦେଖିବା ପାଇଁ ପ୍ରଂଶସକମାନେ ସମସ୍ତ ଉଦ୍ୟମ କରିଥିଲେ । ରିପୋର୍ଟ ମୁତାବକ ସର୍ବାଧିକ ଲୋକ ଗୁଗଲରେ ଫିଫା ବିଶ୍ୱକପ ସର୍ଚ୍ଚ କରିବାରେ ରେକର୍ଡ କରିଛନ୍ତି । ଆଲାଫବେଟ ଏବଂ ଗୁଗଲର ସିଇଓ ସୁନ୍ଦର ପିଚାଇ ତାଙ୍କ ଅଫିସିଆଲ ଟୁଇଟର ଆକାଂଉଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପିଚାଇ କହିଛନ୍ତି ଯେ, ସତେ ଯେପରି ଅନୁଭବ ହେଉଥିଲା ସାରା ବିଶ୍ୱ ଗୋଟିଏ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଡିସେମ୍ବର ୧୯ରୁ ୨୫ ମଧ୍ୟରେ ସର୍ବାଧିକ ବ୍ୟକ୍ତି ଏହା ସର୍ଚ୍ଚ କରିଥିଲେ । ଏପରିକି ୨୫ ବର୍ଷ ମଧ୍ୟରେ ଏହା ସର୍ବାଧିକ ଟ୍ରାଫିକ ରେକର୍ଡ କରିଛି । ପୂର୍ବରୁ କୌଣସି ଚର୍ଚ୍ଚିତ ବ୍ୟକ୍ତି ବିଶେଷ କିମ୍ବା କୌଣସି ଏକ ବଡ ସୂଚନା ପାଇଁ ଲୋକ ଅଧିକ ମାତ୍ରାରେ ସର୍ଚ୍ଚ କରୁଥିଲେ ।

ସୂଚନାଯୋଗ୍ୟ, ୧୯୯୮ରେ ଲ୍ୟାରୀ ପେଜ ଏବଂ ସେର୍ଗେଇ ବ୍ରିନଙ୍କ ଦ୍ୱାରା ଗୁଗଲ ସର୍ଚ୍ଚର ଆରମ୍ଭ ହୋଇଥିଲା । ସାରା ବିଶ୍ୱରେ ଏହାକୁ ବିଭିନ୍ନ ତଥ୍ୟ ପାଇଁ ବହୂଳ ମାତ୍ରାରେ ସର୍ଚ୍ଚ କରାଯାଇଥାଏ । ୨୦୨୨ରେ ୯୦ ପ୍ରତିଶତରୁ ଅଧିକ ବଜାର ଅଂଶଧନ ସହ ଗୁଗଲ ସର୍ଚ୍ଚ ତାର ଆଧିବତ୍ୟ ଜାହୀର କରିଛି । ଫିଫା ବିଶ୍ୱକପ ସର୍ଚ୍ଚର ଫଳାଫଳ ଆମମାନଙ୍କୁ ଉତ୍ସାହିତ କରିଛି ବୋଲି ପିଚାଇ କହିଛନ୍ତି ।

Leave A Reply

Your email address will not be published.