Latest Odisha News

BREAKING NEWS

ଟ୍ୱିଟର ସିଇଓ ରହବା ଉଚିତ କି ନୁହେଁ ? ୟୁଜର୍ସ ପୋଲରେ ରାୟ ମାଗିଲେ ଏଲନ ମସ୍କ

ନ୍ୟୁୟର୍କ:ଟୁଇଟର ଏବଂ ଏଲନ ମସ୍କ ଦୁହିଁଙ୍କୁ ନେଇ ଚର୍ଚ୍ଚା କମୁନି । ଏଲନ ମସ୍କ ଯେବେଠାରୁ ଟୁଇଟରକୁ ଅଧିଗ୍ରହଣ କଲେଣି ସେବେଠାରୁ ଟୁଇଟର ଏକ ପରିବର୍ତ୍ତନ ଧାରାକୁ ନେଇ ଚାଲିଛି । ଏବେ ଆଉ ଏକ ଖବରକୁ  ନେଇ ଚର୍ଚ୍ଚାକୁ ଆସିଛନ୍ତି ମସ୍କ । ଏଲନ ମସ୍କ ନିକଟରେ ଏକ ପୋଲ ଟୁଇଟ କରିଛନ୍ତି । ସେ ଟୁଇଟର ସିଇଓ ପଦରେ ରହିବା ଉଚିତ କି ନୁହେଁ ତାହାର ନିଷ୍ପତ୍ତି ନେବାକୁ ସେ  ୟୁଜର୍ସଙ୍କୁ ନିଷ୍ପତ୍ତି ନେବାକୁ କହିଛନ୍ତି । ସେ ଏକଥା ବି ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ପୋଲରେ ଯାହା ପରିଣାମ ଆସିବ ସେ ତାହାର ପାଳନ କରିବେ ।

ଟୁଇଟରରୁ ହଜାର ହଜାର  କର୍ମଚାରୀଙ୍କୁ ଛଟେଇ କରିବା ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତଥା ଆଉ କେତେକ ବିବାଦୀୟ ବ୍ୟକ୍ତିତ୍ୱ ତଥା ସଂଗଠନ ଉପରୁ କଟକଣା ହଟାଇବା ପରେ ଚର୍ଚ୍ଚାକୁ ଆସିଥିଲେ ମସ୍କ । ମସ୍କ ପ୍ରଥମରୁ କହିଥିଲେ, ଟୁଇଟର ସିଇଓ ପଦରେ ସେ ବେଶୀ ସମୟ କାମ କରିବାକୁ ଚାହାନ୍ତି ନାହିଁ । ତେଣୁ ମସ୍କ  ଟୁଇଟର ଦାୟିତ୍ୱ ଆଉ କାହାକୁ ହସ୍ତାନ୍ତର କରିପାରନ୍ତି ବୋଲି ତାଙ୍କର ଏହି କଥାରୁ ଅନୁମାନ କରାଯାଉଥିଲା  । ଏବେ ମସ୍କ ଏକାଧିକ ସଂସ୍ଥା ଯେମିତି ଟେସଲା ଇଙ୍କ, ସ୍ପେସଏକ୍ସ, ଦ ବୋରିଂ କମ୍ପାନୀ, ନ୍ୟୁରାଲିଙ୍କ ଏବଂ ମସ୍କ ଫାଉଣ୍ଡେସନର ସିଇଓ ଅଛନ୍ତି । ତେଣୁ ଏସବୁ ଭିତରେ ସେ ଅନ୍ୟସବୁ କମ୍ପାନୀକୁ ଅଣଦେଖା କରୁଛନ୍ତି ବୋଲି ଆଲୋଚନା ହେଉଥିଲା ।

ଏଠି କହିରଖିବୁ, ଏଲନ ମସ୍କ ଟୁଇଟରକୁ ନେବା ପରେ ଅନେକ କର୍ମଚାରୀଙ୍କୁ ବାହାର କରି ସାରିଛନ୍ତି । ଏପରିକି ଅନେକ ସାମ୍ବାଦିକଙ୍କୁ ମଧ୍ୟ ଟୁଇଟର ପେଜରୁ ହଟାଇ ଦେଇଛନ୍ତି  ।

Leave A Reply

Your email address will not be published.