Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ପରାସ୍ତ, ଉରୁଗୁଏ ୨-୧ରେ ଜିତି କ୍ୱାର୍ଟର ଫାଇନାଲରେ

 

ମସ୍କୋ : କିମ୍ବଦନ୍ତୀ ଫୁଟବଲ ଖେଳାଳି ପର୍ତ୍ତୁଗାଲକୁ ନିରାଶ କଲେ । ରଥି ମହାରଥିଙ୍କ ଦ୍ୱାରା ଖଚିତ ପର୍ତ୍ତୁଗାଲ ଦଳ ବିଶ୍ୱକପର ଅନ୍ୟତମ ଶକ୍ତିଶାଳୀ ଦଳ ଉରୁଗୁଏ ଆଗରେ ଶେଷରେ ହାର ମାନିଛି । ଉରୁଗୁଏ ୨-୧ରେ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି ।

ଏକ ଚିତାକର୍ଷକ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ସମସ୍ତଙ୍କ ନଜର ରହିଥିଲା ପର୍ତ୍ତୁଗାଲର ୧୦ ନଂ ଖେଳାଳି ରୋନାଲ୍ଡୋଙ୍କ ଉପରେ । ଏହି ମ୍ୟାଚରେ ରୋନାଲ୍ଡୋ ତାଙ୍କର ଆଶାନୁରୁପକ ଖେଳ ପ୍ରଦର୍ଶନ କରିପାରିନଥିଲେ ।

ଉରୁଗୁଏ ଦଳ ସବୁକ୍ଷେତ୍ରରେ ଭଲ ଖେଳ ପ୍ରଦର୍ଶନ କରି ମ୍ୟାଚକୁ ପର୍ତ୍ତୃଗାଲଠାରୁ ଛଡ଼ାଇ ଆଣିଥିଲା । ଉରୁଗୁଏ ପକ୍ଷରୁ ଏଡ଼ିନସନ କାଭାନି ୨ଟି ଗୋଲ ଦଳକୁ ବିଜୟୀ କରାଇଥିଲା । କାଭାନି ମ୍ୟାଚର ୭ ମିନିଟରେ ଏକ ସୁନ୍ଦର ହେଡ୍ କରି ଏକ ଗୋଲ ସ୍କୋର କରିଥିଲେ । ସେହିପରି ଦ୍ୱିତୀୟାର୍ଦ୍ଧର ୬୨ ମିନିଟରେ କାଭାନି ଅନ୍ୟ ଏକ ଫିଲ୍ଡ ଗୋଲ ଦେଇ ଦଳ ମଧ୍ୟରେ ଆତ୍ମବିଶ୍ୱାସ ବଢାଇଦେଇଥିଲେ । ପର୍ତ୍ତୃଗାଲ ପକ୍ଷରୁ ପେପେ ୫୫ ମିନିଟରେ ଏକ ଗୋଲ ସ୍କୋର କରିଥିଲେ ।

ଏହି ୨-୧ ବିଜୟ ଫଳରେ ପର୍ତ୍ତୃଗାଲ ବିଶ୍ୱକପରୁ ବିଦାୟ ନେବା ସହ ଉରୁଗୁଏ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିପାରିଛି ।

Leave A Reply

Your email address will not be published.