Latest Odisha News

BREAKING NEWS

ଋଷିଆକୁ ହରାଇ ଉରୁଗୁଏ ପ୍ରି-କ୍ୱାର୍ଟର ଫାଇନାଲରେ !

ମସ୍କୋ : ଚିତାକର୍ଷକ ଫୁଟବଲ ଖେଳି ଉରୁଗୁଏ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ।

ସେହିପରି ସ୍ପେନ ଓ ମରକ୍କୋ ମଧ୍ୟରେ ମ୍ୟାଚ ୨-୨ରେ ବରାବର ରହିଛି । ତେବେ ଇଜିପ୍ଟକୁ ୨-୧ ଗୋଲରେ ପରାସ୍ତ କରି ସାଉଦି ଆରବ ବିଶ୍ୱକପରେ ତା’ର ପ୍ରଥମ ବିଜୟ ହାସଲ କରିପାରିଛି ।

ତେବେ ଶ୍ରେଷ୍ଠ ଖେଳାଳି ରୋନାଲ୍ଡୋଙ୍କ ଟିମ ଇରାନ ବିପକ୍ଷରେ ୧-୧ରେ ମ୍ୟାଚ ଅମିମାଂସିତ ରଖି ପଏଣ୍ଟ ଭାଗ କରିପାରିଛି । ଶେଷ ମୂହୁର୍ତ୍ତରେ ରୋନାଲ୍ଡୋଙ୍କ ଗୋଲ୍ ହିଁ ପର୍ତ୍ତୁଗାଲକୁ ଏକ ନିଶ୍ଚିତ ପରାଜୟରୁ ମୁକୁଳାଇ ପାରିଥିଲା ।

ଆଜି ଅଷ୍ଟ୍ରେଲିଆ ଓ ପେରୁ ମଧ୍ୟରେ ଏବଂ ଅନ୍ୟ ଏକ ମ୍ୟାଚ୍ ଡ଼େନମାର୍କ ଓ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.