Latest Odisha News

BREAKING NEWS

ବିଶ୍ୱକପ ସେମିଫାଇନାଲ୍: ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ମାଞ୍ଚେଷ୍ଟର୍: ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଓଲ୍ଡ ଟ୍ରାଫେର୍ଡ଼ଠାରେ ଅନୁଷ୍ଠିତ ହେଉଥିବା ବେଳେ ବର୍ଷାଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂକୁ ସାମ୍ନା କରିନପାରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । କିୱିଦଳ ୪୬.୧ ଓଭରରେ ୫ଟି ୱିକେଟ ହରାଇ କରିଛି ମାତ୍ର ୨୧୧ ରନ ।

ଟସ୍ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି । ନେଇଥିଲେ । ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି କିୱି ଦଳର ଓପନିଂ ବ୍ୟାଟ୍ସମ୍ୟାନ ସହଳ ଆଉଟ ହୋଇଯାଇଥିଲେ । ଏମ ଗୁପ୍ତିଲ୍ ମାତ୍ର ୧ ରନ କରିଥିବା ବେଳେ ଯଶପ୍ରୀତ ବୁମରାଙ୍କ ଶୀକାର ହୋଇଥିଲେ । ନିକୋଲ୍ସ ୨୮ ରନ କରି ରବୀନ୍ଦ୍ର ଜାଡ଼େଜାଙ୍କ ଶୀକାର ହୋଇଥିଲେ । କପ୍ତାନ ୱିଲିୟମସନ ୬୭ ଏବଂ ରୋଜ୍ ଟେଲର୍ ୬୭ ରନ ସଂଗ୍ରହ କରିଥିଲେ । ଜେ ନିଶାମ ୧୨ ରନ, ଗ୍ରାଣ୍ଡହୋମ ୧୬ ରନ ଏବଂ ଲାଥାମ ୩ ରନ କରିଥିଲେ ।

ଏହି ମ୍ୟାଚରେ ସମସ୍ତ ଭାରତୀୟ ବୋଲର ମାପଚୁପ ବୋଲିଂ କରିଥିବାର ଦେଖାଯାଇଛି । ଭୁବନେଶ୍ୱର କୁମାର, ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଏବଂ ଚହଲ୍ ଗୋଟିଏ କରି ୱିକେଟ ଅକ୍ତିଆର କରିଛନ୍ତି ।

ଆଜି ଅନୁଷ୍ଠିତ ହେଉଥିବା ମାଞ୍ଚେଷ୍ଟର୍ ଓଲ୍ଡଟ୍ରାଫେଡ଼ ଷ୍ଟାଡ଼ିୟମରେ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇଛି । ନ୍ୟୁଜିଲାଣ୍ଡ ୪୬.୧ ଓଭର ବ୍ୟାଟିଂ କରିସାରିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଖେଳ ସ୍ଥଗିତ ରହିଛି, ଏପର୍ଯ୍ୟନ୍ତ ଖେଳ ଆରମ୍ଭ ହୋଇପାରିନାହିଁ ।

 

Leave A Reply

Your email address will not be published.