Latest Odisha News

BREAKING NEWS

ବର୍ଷାଯୋଗୁଁ ମ୍ୟାଚ ବାଧାପ୍ରାପ୍ତ, ବୁଧବାର ଖେଳାଯିବ ଅବଶିଷ୍ଟ ଅଂଶ

ମାଞ୍ଚେଷ୍ଟର୍: ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିଲା ବେଳେ ପ୍ରବଳ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇ ଖେଳ ଅଧାରୁ ବନ୍ଦ ରହିଛି । ବୁଧବାର ଦିନ ମ୍ୟାଚର ଅବଶିଷ୍ଟାଂଶ ଖେଳାଯିବାକୁ ସ୍ଥିର ହୋଇଛି । ବୁଧବାର ଦିନ ଭାରତୀୟ ସମୟ ୩ଟା ବେଳେ ଯେଉଁଠୁ ଖେଳ ଅଟକି ରହିଥିଲା ପୁନର୍ବାର ସେହିଠାରୁ ଖେଳ ଅନୁଷ୍ଠିତ ହେବ ।

ବର୍ଷା ଦ୍ୱାରା ଖେଳ ବାଧାପ୍ରାପ୍ତ ହୋଇ ଖେଳ ବନ୍ଦ ରହିବା ସମୟରେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ହରାଇ କରିଥିଲା ୨୧୧ ରନ୍ । ସେତେବେଳକୁ ରସ ଟେଲର୍ ୬୭ ଏବଂ ୱିକେଟ ରକ୍ଷକ ଲାଥାମ୍ ୩ ରନ କରି କ୍ରିଜରେ ବ୍ୟାଟିଂ କରୁଥିଲେ । ବୁଧବାର ଦିନ ଏହିଠାରୁ ଖେଳ ଆରମ୍ଭ ହେବାକୁ ଆସିସିସି ନିୟମ ଅନୁଯାୟୀ ହେବ । ଅର୍ଥାତ ନ୍ୟୁଜିଲାଣ ୪୬.୨ ଓଭରରୁ ଖେଳ ଆରମ୍ଭ କରିବ ।

ଟସ୍ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି । ନେଇଥିଲେ । ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି କିୱି ଦଳର ଓପନିଂ ବ୍ୟାଟ୍ସମ୍ୟାନ ସହଳ ଆଉଟ ହୋଇଯାଇଥିଲେ । ଏମ ଗୁପ୍ତିଲ୍ ମାତ୍ର ୧ ରନ କରିଥିବା ବେଳେ ଯଶପ୍ରୀତ ବୁମରାଙ୍କ ଶୀକାର ହୋଇଥିଲେ । ନିକୋଲ୍ସ ୨୮ ରନ କରି ରବୀନ୍ଦ୍ର ଜାଡ଼େଜାଙ୍କ ଶୀକାର ହୋଇଥିଲେ । କପ୍ତାନ ୱିଲିୟମସନ ୬୭ ଏବଂ ରୋଜ୍ ଟେଲର୍ ୬୭ ରନ ସଂଗ୍ରହ କରିଥିଲେ । ଜେ ନିଶାମ ୧୨ ରନ, ଗ୍ରାଣ୍ଡହୋମ ୧୬ ରନ ଏବଂ ଲାଥାମ ୩ ରନ କରିଥିଲେ ।

ଏହି ମ୍ୟାଚରେ ସମସ୍ତ ଭାରତୀୟ ବୋଲର ମାପଚୁପ ବୋଲିଂ କରିଥିବାର ଦେଖାଯାଇଛି । ଭୁବନେଶ୍ୱର କୁମାର, ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା ଏବଂ ଚହଲ୍ ଗୋଟିଏ କରି ୱିକେଟ ଅକ୍ତିଆର କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ମାଞ୍ଚେଷ୍ଟର୍ ଓଲ୍ଡଟ୍ରାଫେଡ଼ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ଖେଳରେ ବାଧା ସୃଷ୍ଟି ହୋଇଥିଲା । ନ୍ୟୁଜିଲାଣ୍ଡ ୪୬.୧ ଓଭର ବ୍ୟାଟିଂ କରିସାରିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଖେଳ ସ୍ଥଗିତ ରହିଥିଲା ।

Leave A Reply

Your email address will not be published.