Latest Odisha News

BREAKING NEWS

ଆଜି ଶିଶୁ ଶ୍ରମିକ ନିରୋଧ ଦିବସ, ଶିଶୁ ଶ୍ରମିକଙ୍କ ସୁରକ୍ଷା ଜରୁରୀ

ଭୁବନେଶ୍ଵର: ପ୍ରତିବର୍ଷ ଜୁନ ୧୨ରେ ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ପାଳନ କରାଯାଏ । ଏହା ସାରା ବିଶ୍ବରେ ଶିଶୁ ଶ୍ରମିକଙ୍କ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିଥାଏ । ‘ଶିଶୁ ଶ୍ରମ’ ଶବ୍ଦଟି ପ୍ରାୟତଃ କାମ ଭାବରେ ବିବେଚିତ ହୋଇଥାଏ । ଅର୍ଥାତ ଏହା ପିଲାଙ୍କୁ ସେମାନଙ୍କ ପିଲାଦିନରୁ ବଞ୍ଚିତ କରିଥାଏ । ସେମାନଙ୍କର ପିଲାଦିନ, ସେମାନଙ୍କର ସାମର୍ଥ୍ୟ, ସମ୍ମାନ ଓ ସେମାନଙ୍କର ଶାରୀରିକ ମାନସିକ ବିକାଶ ପାଇଁ କ୍ଷତିକାରକ । ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଏ) ବିଶ୍ବ ଶିଶୁଶ୍ରମ ବିରୋଧ ଦିବସ ଆରମ୍ଭ କରି ୨୦୦୨ରେ ବିଶ୍ବସ୍ତରରୁ ଶିଶୁଶ୍ରମକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ଓ ପ୍ରୟାସ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା ।

ଶିଶୁ ଶ୍ରମର ସବୁଠାରୁ ବଡ କାରଣ ହେଉଛି ଦାରିଦ୍ର୍ୟ। ତେଣୁ ଛୋଟ ଛୁଆମାନେ ଶୁଶୁ ଶ୍ରମିକ ଭାବରେ କାମ କରନ୍ତି। ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ବର୍ଷ ଲାଗିବ, କିନ୍ତୁ ଶିଶୁ ସଂଗଠନ ବନ୍ଦ କରିବାକୁ ଅନେକ ସଂସ୍ଥା କାର୍ଯ୍ୟ କରୁଛନ୍ତି। ଏଥିରେ କିଛି ସଫଳତା ମଧ୍ୟ ମିଳିଛି। ଏହି ଦିବସ ପାଳନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ବାଳଶ୍ରମ ବିରୋଧରେ ଜନ ମତ ସୃଷ୍ଟି କରିବା। କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପିଲାଙ୍କ ପାଠପଢା ପାଇଁ ବଡ ବଡ ଯୋଜନା ପ୍ରସ୍ତୁତ କରାଯାଉଛି । ମାତ୍ର ବିଡମ୍ବନାର ବିଷୟ ଯେ, ସମସ୍ତେ ଏହି ଯୋଜନାର ଉପକୃତ ହୋଇପାରୁନାହାନ୍ତି । କେତେକ କାରଣ ଯୋଗୁଁ ପିଲା ବ୍ୟାଗ ଧରି ପାଠ ପଢିବା ପରିବର୍ତ୍ତେ କୋଦାଳ ଧରି କାମ କରିବା ପାଇଁ ଯାଉଛନ୍ତି।

୧୯୧୯ରେ ଇଣ୍ଟରନ୍ୟାସନାଲ ଲେବର୍ ଅର୍ଗାନାଇଜସନ୍ ପ୍ରତିଷ୍ଠା ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଶ୍ରମିକ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବା । ଏହି ଅନୁଷ୍ଠାନ ସହ ୧୮୭ଟି ରାଜ୍ୟ ସାମିଲ ଅଛି । ଏଥି ମଧ୍ୟରୁ ୧୮୬ଟି ରାଜ୍ୟ ୟୁନାଇଟେଡ୍ ନେସନର । ଏହାପରଠାରୁ ଆଇଏଲଓ ବିଶ୍ବରେ ଥିବା ଶ୍ରମିକଙ୍କ ସମସ୍ୟାକୁ ଉପସ୍ଥାପନା କଲା । ଏହାପରେ ୨୦୨୦ରେ ୧୩୮ ଆନୁଷ୍ଠାନିକ ସଦସ୍ୟ ଓ ୧୮୦ ଆଇଏଲଓ ସଦସ୍ୟଙ୍କ ଦ୍ବାରା ଶିଶୁ ଶ୍ରମିକଙ୍କ ପାଇଁ ବିଶ୍ବ ଦିବସ ପାଳନ ନେଇ ଘୋଷଣା କରାଗଲା । ଏହାପରଠାରୁ ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନର ଉଦ୍ୟମରେ ୨୦୦୨ ମସିହାରୁ ଏହି ଦିବସ ପାଳନ କରାଯାଉଛି । ବିଶ୍ୱ ଶ୍ରମ ସଂଗଠନର ୧୩୮ତମ ଏବଂ ୧୮୨ତମ ସମ୍ମେଳନରେ ଏ ସଂପର୍କିତ ଘୋଷଣାନାମା ଗୃହିତ ହୋଇଛି । ଶିଶୁ ଶ୍ରମିକ ବିରୋଧରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ତିନି ଦଶନ୍ଧୀ ଧରି ବଚ୍‌ପନ ବଚାଓ ଆନ୍ଦୋଳନ ଚଳାଇଛନ୍ତି ।

 

Leave A Reply

Your email address will not be published.