Latest Odisha News

ୱାର୍ଲ୍ଡ ଆର୍ଥ ଡେ: ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ବାର୍ତ୍ତା

ପୁରୀ: ଆଜି ‘ ୱାର୍ଲ୍ଡ ଆର୍ଥ ଡେ ’। ଧରିତ୍ରୀକୁ ସମ୍ମାନ ଦେବା ସହ ଏହାର ସୁରକ୍ଷା ଲାଗି ପ୍ରତି ବର୍ଷ ଏପ୍ରିଲ୍ ୨୨ ତାରିଖକୁ ‘ ୱର୍ଲ୍ଡ ଆର୍ଥ ଡେ ’ ବା ବିଶ୍ୱ ଧରିତ୍ରୀ ଦିବସ ଭାବେ ପାଳନ କରାଯାଏ। ୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ପରମ୍ପରା ବର୍ତ୍ତମାନ ୧୯୨ ଦେଶରେ ପ୍ରଚଳିତ ହେଉଛି । ପୃଥିବୀପୃଷ୍ଠରେ ରହୁଥିବା ସମସ୍ତ ଜୀବଜନ୍ତୁ ଓ ବୃକ୍ଷଲତାକୁ ସୁରକ୍ଷା ଦେବା ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଏହାଦ୍ୱାରା ସୂଚାଇ ଦିଆଯାଇଛି।

ସେହିପରି ୱା୍ଲଡ଼ ଆର୍ଥ ଡେ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷ ର ଥିମକୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଏହି ବାଲୁକା କଳା ରେ ପୃଥିବୀ କୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀ ର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ ।

ଏହି ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା ।

Leave A Reply

Your email address will not be published.