Latest Odisha News

ଆଜି ବିଶ୍ବ ହସ୍ତୀ ଦିବସ: ‘ହାତୀମାନଙ୍କ ପାଇଁ ଅନୁକୂଳ ବାସସ୍ଥାନ ନିଶ୍ଚିତ କରିବାକୁ ଭାରତ ପ୍ରତିବଦ୍ଧ’

ନୂଆଦିଲ୍ଲୀ: ହାତୀମାନଙ୍କ ପାଇଁ ଅନୁକୂଳ ବାସସ୍ଥାନ ନିଶ୍ଚିତ କରିବାକୁ ଭାରତ ସରକାର ପ୍ରତିବଦ୍ଧ । ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସେମାନଙ୍କର ମହତ୍ତ୍ବ ରହିଛି ବୋଲି କହି ଆଜି ବିଶ୍ବ ହସ୍ତୀ ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ମୋଦି ଲେଖିଛନ୍ତି, ବିଶ୍ବ ହସ୍ତୀ ଦିବସ ଅବସରରେ ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ସମ୍ପ୍ରଦାୟର ଉଦ୍ୟମକୁ ପ୍ରଶଂସା କରୁଛି । ଆମେ ହାତୀମାନଙ୍କ ପାଇଁ ଏକ ଅନୁକୂଳ ବାସସ୍ଥାନ ଯୋଗାଇବା ପାଇଁ ପ୍ରତିବଦ୍ଧ । ଯେଉଁଠି ସେମାନେ ତାଙ୍କର ବଂଶ ବୃଦ୍ଧି କରିପାରିବେ । ଏହା ଖୁସିର ବିଷୟ ଯେ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ହାତୀମାନଙ୍କ ମହତ୍ବ ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି ।

ତେବେ ପ୍ରତିବର୍ଷ ଅଗଷ୍ଟ ୧୨ରେ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇ ହାତୀମାନଙ୍କ ସୁରକ୍ଷା ପାଇଁ ସଚେତନ ଜାରି କରାଯାଏ । ଏସିଆ ଓ ଆଫ୍ରିକା ମହାଦେଶରେ ବସବାସ କରୁଥିବା ହାତୀମାନଙ୍କର ସଂଖ୍ୟା ବୃଦ୍ଧି କରିବା ଓ ସେମାନଙ୍କୁ ଏକ ଅନୁକୂଳ ବାସସ୍ଥାନ ଯୋଗାଇବା ପାଇଁ ସଚେତନମୂଳକ ପଦକ୍ଷେପ ନିଆଯାଏ ।

Comments are closed.