ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବୁଧବାର ଦିନ କରୋନାକୁ ‘ବିଶ୍ୱ ମହାମାରୀ’ ରୂପେ ଘୋଷଣା କରିଛନ୍ତି । ସମଗ୍ର ବିଶ୍ୱକୁ ଆତଙ୍କିତ କରିଦେଇଛି ଏହି ମରଣାନ୍ତକ ରୋଗ କରୋନା । ଚୀନରେ ଏହି ରୋଗର ଉତ୍ପତ୍ତି ହୋଇଥିବା ବେଳେ ସାରା ବିଶ୍ୱରେ ଏହି କରୋନା ଭୂତାଣୁ ଯୋଗୁଁ ପ୍ରାୟ ୪୩୦୦ ଲୋକଙ୍କର ମୃତ୍ୟୁ ଘଟିଛି ।
ଏହି କରୋନା ରୋଗର ଚିକିତ୍ସା ଲାଗି ଏଯାଏଁ କୌଣସି ଔଷଧ ବାହାରି ପାରିନାହିଁ । ଏହି ଭୟଙ୍କର ରୋଗର ଭୂତାଣୁ ଏବେ ବିଶ୍ୱର ୧୦୦ଟି ଦେଶକୁ ବ୍ୟାପୀ ସାରିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହୋଇଥିବା ବେଳେ ଏହି ରୋଗ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Comments are closed.