Latest Odisha News

BREAKING NEWS

ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’

ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ ।

ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ଅଧିକ ଥିବା ରେକର୍ଡ ହୋଇଛି।

ବିଶ୍ୱ ହୃଦୟ ଦିବସ ଅବସରରେ ଦୁନିଆର ସବୁ ଲୋକଙ୍କ ମଧ୍ୟରେ ନିଜ ହୃଦୟକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ।

ବର୍ତ୍ତମାନର ଯୁଗରେ ସବୁ ଲୋକ କର୍ମବ୍ୟସ୍ତତା ମଧ୍ୟରେ ରହୁଛନ୍ତି, ଫଳରେ ସେମାନେ ନିଜ ଶରୀରର ସୁସ୍ଥତା ଉପରେ ଧ୍ୟାନ ଦେଉନାହାନ୍ତି । ଏଥିସହିତ ନିଜ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ ହୃଦୟ ପ୍ରତି ମଧ୍ୟ ଧ୍ୟାନ ଦେଉନାହାନ୍ତି ।

ଏହି ହୃଦୟ ଦିବସ ଅବସରରେ ଜାଣନ୍ତୁ କିପରି ରଖିବେ ନିଜ ହୃଦୟକୁ ପୂରା ଫିଟ୍…
  • କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ଟିକେ ସମୟ ନିଜ ପାଇଁ ବାହାରି କରି ବ୍ୟାୟାମ କରନ୍ତୁ

• ସ୍ୱାସ୍ଥ୍ୟପ୍ରଦ ଆହାର ଗ୍ରହଣ କରନ୍ତୁ

• ଖାଦ୍ୟରେ ଲୁଣ ଯଥା ସମ୍ଭବ କମ୍ ଖାଇବା ପାଇ ଚେଷ୍ଟା କରନ୍ତୁ

• ସତେଜ ପନିପରିବା ଓ ଫଳ ଖାଆନ୍ତୁ

• ଯାହା ବି ଖାଆନ୍ତୁ ସଠିକ ସମୟରେ ଖାଆନ୍ତୁ

• ପାନ, ଗୁଟଖା ଆଦି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ

Leave A Reply

Your email address will not be published.