Latest Odisha News

BREAKING NEWS

ବାଧୁଛି ଦରବୃଦ୍ଧି, ପିଆଜରୁ ମୁହଁ ଫେରାଉଛନ୍ତି ସାଧାରଣ ଖାଉଟି

ଭୁବନେଶ୍ୱର: ନିତ୍ୟ ବ୍ୟବହାର୍ଯ୍ୟ ପିିଆଜର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାଗ୍ରସ୍ତ କରିଛି । ଏକ ସପ୍ତାହରୁ ଉର୍ଦ୍ଧ ସମୟ ଧରି ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ପିଆଜରୁ ମୁହଁ ଫେରାଇବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ପିଆଜର କିଲୋ ପ୍ରତି ଦର ୩୦ଟଙ୍କା ରହିଥିଲା । ଦ୍ୱିତୀୟ ସପ୍ତାହ ଶେଷକୁ ଏହାର ଦରବୃଦ୍ଧି ଘଟି କିଲୋ ପ୍ରତି ୪୦ଟଙ୍କା ଛୁଇଁଥିବା ବେଳେ ଗତ ୫ ଦିନ ହେଲା ସ୍ଥିତି ଅଧିକ ସଂଗୀନ ହୋଇଛି ।

ଏବେ ପିଆଜର କିଲୋ ପ୍ରତି ମୂଲ୍ୟ ବଜାରରେ ୬୦ ଟପିଛି । ପିଆଜ ଆମଦାନୀ ହ୍ରାସ ପାଇଥିବାରୁ ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା କୁହାଯାଇଥିବା ବେଳେ ଯେଉଁ ବଡ଼ ବ୍ୟବସାୟୀ ମାନେ ଅଧିକ ପରିମାଣରେ ପିଆଜ ଗଚ୍ଛିତ ରଖିଛନ୍ତି ସେମାନେ ଏହାର ବେଶ ଫାଇଦା ନେଉଥିବା ସୂଚନା ମିଳିଛି ।

କିଲୋ ପ୍ରତି ଦର ୬୦ ଛୁଇଁଥୁବାରୁ ଗ୍ରାମାଞ୍ଚଳର ଅନେକ ଦୋକାନୀ ପିଆଜ ବିକ୍ରି ବନ୍ଦ କରିଦେଇଥିବା ଦେଖାଯାଇଛି ।

ଅନ୍ୟ ପକ୍ଷରେ ଅପେକ୍ଷାକୃତ ବଡ଼ ଦୋକାନୀ ମଧ୍ୟ ବସ୍ତା ପ୍ରତି ନିକୃଷ୍ଟ ଓ ପଚା ପିଆଜ ଆସୁଥିବା କହି ସ୍ୱଳ୍ପ ପରିମାଣର ପିଆଜ ବିକ୍ରି କରୁଛନ୍ତି । ଦୈନଦିନ ଜୀବନରେ ପିଆଜର ବହୂଳ ବ୍ୟବହାର ହେଉଥିବା ବେଳେ ଏଭଳି ଅଭାବନୀୟ ଏବଂ ତଥା ଅହୈତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ଚଳଣିକୁ ପ୍ରଭାବିତ କରିଛି ।

ସାଧାରଣତଃ ଏହି ସମୟରେ ପିଆଜର ମୂଲ୍ୟ ୨୦ ରୁ ୨୨ ଟଙ୍କା ମଧ୍ୟରେ ରହିଥାଏ । କିନ୍ତୁ ବର୍ତ୍ତମାନର ଦରକୁ ଦେଖି ସମସ୍ତ ବର୍ଗର ଲୋକେ ପିଆଜ କିଣିବା ପାଇଁ ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି ।

ଯେଉଁ ମାନେ କିଲେ ଦୁଇ କିଲୋ ପିଆଜ ଆଣୁଥିଲେ ସେମାନେ ଏବେ ଆବଶ୍ୟକତା ଦୃଷ୍ଟିରୁ ରୋଷେଇ ପାଇଁ ଅଢେଇଶହ କିମ୍ବା ଅଧକିଲୋ କିଣୁଛନ୍ତି । ଏହି ଦରବୃଦ୍ଧି ବେଶି ପ୍ରଭାବିତ କରିଛି ଗରିବ ପରିବାରକୁ । ନିମ୍ନ ଶ୍ରେଣୀର ପରିବାର ସବୁ ବେଳେ ପିଆଜକୁ ଭରଷା କରୁଥିବା ବେଳେ ବର୍ତ୍ତମାନର ବଜାର ଦର ତାହା କରାଇ ଦେଉନାହିଁ ।

Leave A Reply

Your email address will not be published.