ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ସକାଳ ୯ଟାରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା । ଦିନ ସାଢେ ୧୦ ଟାରେ ଭାରତ ମଣ୍ଡପମରେ ହେବ ତୃତୀୟ ବୈଠକ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।
ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ନେତାମାନେ ଆଜି ସକାଳେ ବୃକ୍ଷରୋପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ୧୨ଟା ୩୦ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ।
ସେପଟେ ଗତକାଲି ପ୍ରଥମ ଦିନରୁ ହିଁ ଭାରତକୁ ମିଳିଥିଲା ବଡ଼ ସଫଳତା। ନୂଆଦିଲ୍ଲୀର ଘୋଷଣାପତ୍ରକୁ ୧୦୦ ପ୍ରତିଶତ ମଞ୍ଜୁରୀ ମିଳିଛି । ଦିର୍ଘ ୧୫୦ ଘଣ୍ଟାର ଆଲୋଚନା ପରେ କାଳ ଆଲୋଚନା ପରେ ୟୁକ୍ରେନ ବିବାଦକୁ ନେଇ ରହିଥିବା ଘୋଷଣାନାମା ଉପରେ ସହମତି ପ୍ରକାଶ କରିଛନ୍ତି । ବିଶ୍ୱରେ ବିଶ୍ୱାସର ସଙ୍କଟ କଥା କହି ଜି-୨୦ରୁ ସବକା ସାଥ ସବକା ବିକାଶର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଜି-୨୦ରେ ଆଫ୍ରିକା ୟୁନିୟନ ସାମିଲ ହୋଇଛି । ଆଫ୍ରିକା ୟୁନିୟନ ଜି-୨୦ରେ ସାମିଲ ହେବା ପରେ ଆଗାମୀ ସଂସ୍କରଣରେ ଜି-୨୧ ଭାବେ ଏହି ସମ୍ମିଳନୀ ଭାବେ ଜଣାଯିବ । ଭାରତ, ଆମେରିକା, ରୁଷ, ଚୀନ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ବ୍ରାଜିଲ, ଆର୍ଜେଟିନା, ଜର୍ମାନୀ, ମେକ୍ସିକୋ, ଫ୍ରାନ୍ସ, ଅଷ୍ଟ୍ରେଲିଆ. ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା , ତୁର୍କୀ, ଇଂଲଣ୍ଡ, କାନାଡ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘ ସଦସ୍ୟ ଅଛନ୍ତି ।
ଅନ୍ୟପଟେ ଭାରତ ବନାମ ଇଣ୍ଡିଆ ନାଁକୁ ନେଇ ଦେଶରେ ବିବାଦ ଚାଲିଥିବା ବେଳେ ମୋଦି ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଜି-୨୦ ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ନିମନ୍ତ୍ରଣ ପତ୍ରରେ ଭାରତ ଲେଖା ଘଟଣାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏବେ ଏବେ ଜି ୨୦ କଂଣ୍ଟ୍ରି ନେମ ପ୍ଲେଟରେ ପୁଣି ଥରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖା ଦେଖିବାକୁ ମିଳିଛି । ବିଶ୍ୱନେତାଙ୍କ ସମ୍ମୁଖରେ ନିଜକୁ ଇଣ୍ଡିଆ ନୁହେଁ ଭାରତର ପ୍ରଧାନମନ୍ତ୍ରୀ ରୁପରେ ପରିଚିତ କରାଇଛନ୍ତି ମୋଦୀ ।
Comments are closed.