Latest Odisha News

ଟମାଟୋ କିଲୋ ୩ କୋଟି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଏବେ ବଜାରରେ ପରିବା ଦର ଆକାଶଛୁଆଁ । ସେହି ଅନୁସାରେ ଟମାଟୋ ଦର ମଧ୍ୟ ବଢିଛି । ଦେସର ରାଜଧାନୀ ଦିଲ୍ଲୀରେ ଟମାଟୋ ଦର ୧୨୫ ଛୁଇଁଥିବା ବେଳେ ଅନ୍ୟ ସହରରେ ଏହାର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । ସାଧାରଣତଃ ମାର୍ଚ୍ଚ-ଏପ୍ରିଲର ପ୍ରବଳ ଉତ୍ତାପ ଯୋଗୁଁ ଭାରତରେ ଟମାଟୋ ଫସଲ ପ୍ରଭାବିତ ହୋଇଥିଲା, ଫଳସ୍ୱରୂପ ଏହାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । କିନ୍ତୁ ବର୍ତ୍ତମାନ ପରିବା ଦର ସହ ଟମାଟୋ ଦର ମଧ୍ୟ ବୃଦ୍ଧି ପାଇଛି । ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ଟମାଟୋ ବିଷୟରେ କହିବାକୁ ଯାଉଛୁ । ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ସେହି ଟଙ୍କାରେ ଆପଣ ୫ କିଲୋ ସୁନା କିଣିପାରିବେ ।

ଆମେ ହାଜେରା ଜେନେଟିକ୍ସ ଦ୍ୱାରା ବିକ୍ରି ହେଉଥିବା ଟମାଟୋ ମଞ୍ଜି ବିଷୟରେ କହୁଛୁ । ୟୁରୋପର ବଜାରରେ ହାଜେରାର ସ୍ୱତନ୍ତ୍ର ଟମାଟୋ ମଞ୍ଜି ବହୁମାତ୍ରାରେ ବିକ୍ରି ହେଉଛି । ଏହି ଟମାଟୋ ମଞ୍ଜିର ମୂଲ୍ୟ ଶୁଣିଲେ ଆପଣଙ୍କୁ ଝଟକା ଲାଗିପାରେ । ଏହି ମହଙ୍ଗା ଟମାଟୋ ମଞ୍ଜିର ଏକ କିଲୋଗ୍ରାମ ପ୍ୟାକେଟ୍‌ର ମୂଲ୍ୟ ପ୍ରାୟ ତିନି କୋଟି ଟଙ୍କା ରହିଛି । ଏହି ଟମାଟୋର ଗୋଟିଏ ମଞ୍ଜିରୁ ପ୍ରାୟ କୋଡ଼ିଏ କିଲୋଗ୍ରାମ ଟମାଟୋ ଉତ୍ପାଦନ କରାଯାଇପାରିବ । ଏହି ଟମାଟୋ ବହୁତ ସ୍ୱାଦିଷ୍ଟ ଓ ଏଥିରେ କୌଣସି ମଞ୍ଜି ନ ଥାଏ । ତେଣୁ ଏହି ଟମାଟୋ ଦର ମଧ୍ୟ ବହୁତ ମହଙ୍ଗା । ବାସ୍ତବରେ ହାଜେରା ଜେନେଟିକ୍ସ ଟମାଟୋ ବିହନ ହୀନ ଅଟେ । ଯାତେବେଳେ ଜଣେ ଚାଷୀ ଏହି ଟମାଟୋ ଚାଷ କରିବାକୁ ଚାହିଁବ ତେବେ ତାଙ୍କୁ ଏହାର ନୂତନ ବିହନ କିଣିବାକୁ ପଡିବ ।

 

 

Comments are closed.