ନୂଆଦିଲ୍ଲୀ: ଆମ ଜୀବନରେ ବୃକ୍ଷ କିମ୍ବା ଉଦ୍ଭିଦମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ସରଳ ଅର୍ଥରେ କହିବା ଗଛ ହିଁ ଜୀବନ । ଆମେ କେବଳ ସେମାନଙ୍କ ଉପରେ ନିର୍ଭରଶୀଳ ନୁହେଁ ସେଥିରୁ ଆମ ପିଣ୍ଡରେ ପ୍ରାଣ ସଞ୍ଚାର ହୁଏ । ଗଛର ମୂଳ ଠାରୁ ଆରମ୍ଭ କରି ଡାଳ, ପତ୍ର, ଫଳ, କାଣ୍ଡ ସବୁ କିଛି ଆମର ଉପକାରରେ ଆସେ । ଏମିତିକି ଗଛର ବର୍ଜ୍ୟବସ୍ତୁକୁ ମଧ୍ୟ ବ୍ୟବହୃତ ।
ଗଛ ପ୍ରାୟ ମଣିଷ ପାଇଁ ଉପକାରୀ ହୋଇଥିବା ବେଳେ ଆପଣ ଜାଣନ୍ତି କି କିଛି ଏମିତି ଗଛ ଏହି ପୃଥିବୀ ପୃଷ୍ଠରେ ରହିଛି ଯାହାର ଖାଲି ପାଖ ମାଡିଲେ ଆପଣଙ୍କ ମୃତ୍ୟୁ ନିଶ୍ଚିତ । ଏ ଗଛ ଏତେ ବିଷାକ୍ତ ଯେ ଏହାର ବାସ୍ନା ବି ଜୀବନ ନେଇଥାଏ । ଏଥିପାଇଁ ଏହାକୁ ଦୁନିଆର ସବୁଠାରୁ ବିଷାକ୍ତ ଗଛ କୁହାଯାଏ ।
ଏହି ଗଛର ନାମ ହେଉଛି ମନସିନିଲ(Manchineel tree) । ଫ୍ଲୋରିଡା ଏବଂ କାରିବିଆନ୍ ସାଗର ମଧ୍ୟରେ ଅବସ୍ଥିତ ଏହି ଗଛକୁ ଦୁନିଆର ସବୁଠାରୁ ବିଷାକ୍ତ ଗଛ କୁହାଯାଏ । ଏହି ଗଛ ଏତେ ବିଷାକ୍ତ ଯେ ଯଦି କୌଣସି ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସେ, ତେବେ ସେ ତାଙ୍କ ଶରୀରରେ କ୍ଷତ ସୃଷ୍ଟି ହେବାକୁ ଆରମ୍ଭ କରେ । ଏହି ଗଛର ପ୍ରତ୍ୟେକ ଅଂଶ ବିଷାକ୍ତ କିନ୍ତୁ ସବୁଠାରୁ ବିଷାକ୍ତ ଏହାର ଫଳକୁ ବିବେଚନା କରାଯାଏ । ଯଦି ଜଣେ ବ୍ୟକ୍ତି ଏହି ଫଳକୁ ଖାଲି ଟିକିଏ ଚାଟି ବି ଦିଏ, ତେବେ ତାର ମୃତ୍ୟୁ ହୋଇପାରେ ।
ହେଲେ କିଛି ବୈଜ୍ଞାନିକ ମାନେ ଏହାକୁ ପରୀକ୍ଷା କରିବା ପାଇଁ ଏହାର ସ୍ବାଦ ଚାଖିଛନ୍ତି । ଏହାର ପ୍ରଭାବ ସଙ୍ଗେ ସଙ୍ଗେ ସାମନଙ୍କ ଶରୀରରେ ଦୃଶ୍ୟମାନ ହେବା ଆରମ୍ଭ ହୋଇଥିବା ବେଳେ ତୁରନ୍ତ ଚିକିତ୍ସା ଯୋଗୁଁ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା । ତେବେ ଏକ ଛୋଟ ସେଓ ଆକାର ଭଳି ଦେଖାଯାଉଥିବା ଏହି ଫଳକୁ ଖ୍ରୀଷ୍ଟୋଫର୍ କଲମ୍ବସ୍ ମୃତ୍ୟୁ ଛୋଟ ସେଓ ନାମ ଦେଇଥିଲେ ।
ତେବେ ଏହା ଖାଇବା ଦ୍ବାରା ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ, ଯେମିତିକି ଦୃଷ୍ଟିଶକ୍ତି ଚାଲିଯିବା, ଶରୀରରେ ଜଳାପୋଡା ଆରମ୍ଭ ହେବା ସହିତ ଶରୀରରେ ବିରି ବିରି ହୋଇ ଲାଲ ଲାଲ ଫଳିବା ଆରମ୍ଭ ହୋଇଯାଏ । ଏମିତି କି କିଛି କିଛି ବୈଜ୍ଞାନିକ କୁହନ୍ତି, ୫୦ ଫିଟ୍ ଉଚ୍ଚର ଏହି ଗଛ ତଳେ ଛିଡା ହେଲେ ବି ଜୀବନ ଚାଲିଯାଏ । ବର୍ଷା ସମୟରେ ଗଛ ତଳେ ଠିଆ ହେବା ଦ୍ୱାରା ଜୀବନ ପ୍ରତି ବିପଦ ରହିଛି ବୋଲି ମନସିନିଲର ସବୁ ଗଛରେ ସତର୍କ ବୋର୍ଡ ଲଗା ହୋଇଥାଏ ।