Latest Odisha News

BREAKING NEWS

ସମ୍ ରୋଗୀଙ୍କ ପାଇଁ ଭରସାଯୋଗ୍ୟ ହସ୍ପିଟାଲ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ଗରିବ ଲୋକଙ୍କର ସାହାଭରସା ଭାବେ ଉଭା ହୋଇଛି ସମ୍ ହସ୍ପିଟାଲ୍ । କଟକର ଏସ୍ସିବି ଏବଂ ବ୍ରହ୍ମପୁରର ଏମ୍କେସିଜି ମେଡିକାଲ୍ କଲେଜ ହସ୍ପିଟାଲ୍ ପରେ ରୋଗୀମାନେ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଉପରେ ଅଧିକ ଭରସା ଓ ବିଶ୍ୱାସ କରନ୍ତି ବୋଲି କହିଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ବିଭାଗ ମନ୍ତ୍ରୀ  ରଘୁନନ୍ଦନ ଦାସ ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଫାର୍ମାସୀ ବିଭାଗ ଏବଂ ସ୍କୁଲ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ ପକ୍ଷରୁ ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟ ଦିବସ ଏବଂ ସମ୍ ଫାର୍ମାର ବାର୍ଷିକ ଉତ୍ସବ ‘ଏକ୍ଜିଲର୍ ୨୦୧୯’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସ ସମ୍ ହସ୍ପିଟାଲ୍ର ରୋଗୀ ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଫାର୍ମାସିଷ୍ଟ ମାନେ ଡାକ୍ତରଙ୍କ ଠାରୁ କିଛି କମ୍ ନୁହଁନ୍ତି । ଜଣେ ଫାର୍ମାସିଷ୍ଟ ରୋଗୀ, ଡାକ୍ତର ଓ ଔଷଧ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ । ଔଷଧ ଯେତେ ଖରାପ ଲାଗିଲେ ମଧ୍ୟ ତାହା ରୋଗୀ ଲାଗି ଅମୃତ ସଦୃଶ । ରୋଗୀ ଭଲ ହେବାରେ ଔଷଧ ହିଁ ସାହାଯ୍ୟ କରିଥାଏ । ଏହି ଗୁରୁଦାୟିତ୍ୱ ଫାର୍ମାସିଷ୍ଟମାନଙ୍କର ।

କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆଡିସ୍ନାଲ୍ ଡିନ୍ ଡଃ ଅଜୟ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଧୈର୍ଯ୍ୟର ସହ ରୋଗୀ ସେବା କରିବା ଉଚିତ୍ ବୋଲି ଫାର୍ମାସିଷ୍ଟଙ୍କ ଉଦେ୍ଧଶ୍ୟରେ କହିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଔଷଧ ଦ୍ୱାରା ହିଁ ମଣିଷ ସୁସ୍ଥ ହୋଇଥାଏ । ତେଣୁ ଏହି ଦାୟିତ୍ୱକୁ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ଏକତ୍ର ବହନ କରିବା ଆବଶ୍ୟକ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଚଳିତବର୍ଷର ବିଶ୍ୱ ଫାର୍ମାସିଷ୍ଟ ଦିବସର ଥିମ୍ “ସେଫ୍ ଆଣ୍ଡ ଇଫେକ୍ଟିଭ୍ ମେଡିସିନ୍ ଫର୍ ଅଲ୍” ବୋଲି ସୂଚନା ଦେଇ ଫାର୍ମାସିଷ୍ଟଙ୍କ ପାଇଁ ରୋଗୀ ସେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।

କାର୍ଯ୍ୟକ୍ରମର ସଂଯୋଜକ ତଥା ସମ୍ ଫାର୍ମାସୀର ମ୍ୟାନେଜର  ଜସ୍ମିନ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସ୍ମରଣିକା ‘ଏକ୍ଜିଲର ୨୦୧୯’ କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.