Latest Odisha News

ଜବତ ହେଲା ୨ କ୍ୱିଣ୍ଟାଲ ଗଞ୍ଜେଇ; ଜଣେ ଗିରଫ

କଟକ: କଟକ ଶିଖରପୁର ଛକରୁ ବୁଧବାର ଦିନ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ,ବୁଧବାର ଦିନ ରାସ୍ତାରେ ଯାଉଥିବା ଏକ ଗାଡି ଉପରେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ କରିବା ସମୟରେ ସେଥିରୁ ୨କ୍ୱିଣ୍ଟାଲ ଓଜନର ଗଞ୍ଜେଇ ବାହାରିଥିଲା ।

ଏହି ଗଞ୍ଜେଇ କଟକରୁ ଭଦ୍ରକ ଚୋରାଚାଲାଣ ହେଉଥିବା ସୂତ୍ରରୁ ପ୍ରକାଶ ।

ତେବେ ପୋଲିସ ଦ୍ୱାରା ଗିରଫ କରାଯାଇଥିବା ବ୍ୟକ୍ତିର ନାମ ପ୍ରକାଶ କରାଯାଇନାହିଁ । ପୋଲିସ ଗିରଫବ୍ୟକ୍ତିକୁ ପଚରାଉଚରା ସହ ଏହାର ତଦନ୍ତ ମଧ୍ୟ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.