Latest Odisha News

BREAKING NEWS

ଫଟୋଗ୍ରାଫି ଦିବସ: ବିଶ୍ୱର କେତେକ ସ୍ମରଣୀୟ ଫଟୋ

ନୂଆଦିଲ୍ଲୀ: ଅଗଷ୍ଟ ୧୯ ବିଶ୍ୱ ଫଟୋଗ୍ରାଫି ଦିବସ । ଆସନ୍ତୁ ଜାଣିବା ବିଶ୍ୱର କେତେକ ସ୍ମରଣୀୟ ଫଟୋ ବିଷୟରେ ।
ଚନ୍ଦ୍ରରେ ମଣିଷ ପଂହଚିଲା : ଜୁଲାଇ ୧୯୬୯ରେ ନୀଲ ଆର୍ମଷ୍ଟ୍ରଙ୍ଗ ପ୍ରଥମ ବ୍ୟକ୍ତି ଭାବେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ । ସେମାନଙ୍କ ପାଖରେ ଗୋଟିଏ କ୍ୟାମେରା ଥିଲା । ଏଲଡ୍ରିନ ଏହି ଫଟୋ ଉଠାଇଥିଲେ । ଏହାର ୨୦ ମିନିଟ ପରେ ଏଲଡ୍ରିନ ଦ୍ୱିତୀୟ ବ୍ୟକ୍ତି ଭାବେ ପାଦ ଦେଇଥିଲେ ।

ଅନ୍ତରୀକ୍ଷରୁ ଖସି ପଡିଲେ କୋମାରୋଭ: ଅନ୍ତରୀକ୍ଷ ଯାତ୍ରୀ ଭ୍ଲାଦିମିର କୋମାରୋଭଙ୍କ ଏହି ଦୁଃଖଦ ଫଟୋ ଏବେ ମଧ୍ୟ ଅନେକଙ୍କ ମନରୁ ଲିଭି ନାହିଁ । ୧୯୬୭ରେ ସେ ଅନ୍ତରୀକ୍ଷରୁ ଭୂପୃଷ୍ଠକୁ ଖସି ପଡିଥିଲେ । ଠିକ୍ ସମୟରେ ତାଙ୍କ ପାରାଶୁଟ କାମ କରି ନ ଥିଲା । ଅନ୍ତରୀକ୍ଷରେ ସେ ସୋୟୁଜ-୧ ବିମାନରେ ପଂହଚିଥିଲେ । ଭୂପୃଷ୍ଠରେ ପଡିବା ପରେ ତାଙ୍କ ଅବସ୍ଥା ଏପରି ହୋଇ ଯାଇଥିଲା ।

ହିଟଲରଙ୍କୁ ସମ୍ମାନ ଦେଇ ନ ଥିଲେ ଅଗଷ୍ଟ: ୧୩ ଜୁନ ୧୯୩୬ର ଏହି ଫଟୋରେ ଅଗଷ୍ଟ ଲେଡମେସରା ଏକଚ୍ଛତ୍ରବାଦ ନାଜି ଶାସକ ହିଟଲରଙ୍କୁ ସମ୍ମାନ ଦେଇ ନ ଥିଲେ । ସମସ୍ତ ନାଜି ସଦସ୍ୟ ତାଙ୍କୁ ସାଲ୍ୟୁଟ କରୁଥିବା ବେଳେ ସେ ଚୁପ୍ ରହିଥିଲେ । ପରେ ଏହି ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଥିଲା । ୧୯୩୭ରେ ଦେଶ ଛାଡି ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ପରେ ପ୍ରମାଣ ଅଭାବରୁ ଖଲାସ ହୋଇଥିଲେ ।ପ୍ରଥମ ପରମାଣୁ ବୋମା: ଏହା ହେଉଛି ବିଶ୍ୱରେ ଭୟ ସୃଷ୍ଟି କରାଇଥିବା ପ୍ରଥମ ପରମାଣୁ ବୋମାର ଫଟୋ । ୧୬ ଜୁଲାଇ ୧୯୪୫ରେ ନ୍ୟୁମେକ୍ସିକୋ ତିଆରି ହେବା ପରେ ଏହାର ଫଟୋ ଉଠା ଯାଇଥିଲା । ଏହାକୁ ଲଂଚ କରିବା ପାଇଁ ୧୦୦ ଷ୍ଟିଲ ଟାୱାର ନିର୍ମିତ କରାଯାଇଥିଲା ।
ଶ୍ୱେତ ସ୍କୁଲରେ ପ୍ରଥମ ଅଶ୍ୱେତ ଛାତ୍ରୀ: ଏହା ଏକ ଯୁଗାନ୍ତକାରୀ ଫଟୋ । ୧୯୫୭ରେ ଡେରାଥୀ କାଂଉଟସ ଲେଲର୍ଟ ହ୍ୟାରୀ ହ୍ୟାଣ୍ଡିଙ୍ଗ ସ୍କୁଲରେ ଆଡମିଶନ ନେଇଥିଲେ । ସେ ସମୟରେ ଅଶ୍ୱେତଙ୍କ ପ୍ରତି କିପରି ମନୋଭାବ ଥିଲା ଏଥିରୁ ସ୍ପଷ୍ଟ ପ୍ରମାଣିତ । ସେ କିନ୍ତୁ ହାର ମାନି ନ ଥିଲେ । ଯାହା କି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲା ।

ଅନ୍ତରୀକ୍ଷରେ ପଂହଚିଥିବା ପ୍ରଥମ କୁକୁର: ୩ ନଭେମ୍ବର ୧୯୪୭ରେ ଲାୟକା ନାମକ ଏହି କୁକୁର ଅନ୍ତରୀକ୍ଷରେ ପଂହଚିଥିଲା । ଗୋଟିଏ ଚେୟାରରେ ତାକୁ ବାନ୍ଧି କରି ପଠା ଯାଇଥିଲା । ସ୍ପେସକ୍ରାଫ୍ଟର ଉତାପ ଯୋଗୁ ଲାଇକା ମୃତ୍ୟୁବରଣ କରିଥିଲା ।
ଟାଇଟାନିକ ଦୁର୍ଘଟଣା : ୧୯୧୨ ଏପ୍ରିଲରେ ବିଶ୍ୱର ସବୁଠାରୁ ବଡ ଷ୍ଟିଭ ଇଂଜିନ ଜାହାଜ ବୁଡି ଯାଇଥିଲା । ସେ ସମୟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳର ଫଟୋ ।
ଇସ୍ରାଏଲ ରାଜଧାନୀ ତେଲ ଅବିବ: ଏହି ମରୂଭୂମି ଦିନେ ବିଶ୍ୱକୁ ତା ଆଡକୁ ଆକୃଷ୍ଟ କରିବ ବୋଲି କେହି ଭାବି ନ ଥିଲେ । ୧୨ ଏକର ଏହି ଜମିକୁ ଲଟେରୀ ଆକାରରେ ବଂଟା ଯାଇଥିଲା । ୧୯୦୯ରେ ଏହା ଏକ ଛୋଟ ଅଂଚଳ ହୋଇଥିଲା । ପରେ ଏହା ଉନ୍ନତିର ଶିଖରରେ ପହଂଚିଥିଲା ।

ମର୍ଲିନ ମୁରୋଙ୍କ ସ୍କର୍ଟ ଫଟୋ: ଅଭିନେତ୍ରୀ ତଥା ଗାୟିକା ମାର୍ଲିନ ମୁରୋଙ୍କ ସ୍କର୍ଟ ଉଡିବା ଫଟୋ ଏବେ ମଧ୍ୟ ଚର୍ଚ୍ଚାରେ । ସେ ସମୟରେ ଏହି ଦୃଶ୍ୟକୁ ଶୁଟ କରାଯାଉଥିବା ବେଳେ ଫଟୋ ।

Leave A Reply

Your email address will not be published.