Latest Odisha News

ପ୍ରକାଶ ପାଇଲା ଯୁକ୍ତଦୁଇ ବାଣିଜ୍ୟ ଫଳ: ପାସ୍‌ ହାର ୭୪.୯୫ %

ଭୁବନେଶ୍ୱର: ପ୍ରକାଶ ପାଇଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ଵାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ଫଳ । ଚଳିତ ବର୍ଷ ପାସ୍‌ ହାର ରହିଛି ୭୪.୯୫ %। ପୂର୍ବ ବର୍ଷ ଅପେକ୍ଷା ପାସ୍‌ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଭୁବନେଶ୍ବରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ କରିଛନ୍ତି ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୩୧୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪, ୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଥିବା ସୂଚନା। ୧୨ ହଜାର ୨୧୫ ଜଣ ଛାତ୍ର ପାସ୍‌ କରିଥିବା ବେଳେ ସେମାନଙ୍କ ପାସ୍‌ ହାର ୭୩.୩୭ ପ୍ରତିଶତ ରହିଛି। ସେହିପରି ୭ହଜାର ୧୦୩ଜଣ ଛାତ୍ରୀଙ୍କ ପାସ୍‌ କରିଥିବା ବେଳେ ସେମାନଙ୍କ ପାସ୍‌ ହାର ୭୭.୮ ପ୍ରତିଶତ ରହିଛି ।

ତେବେ ନୟାଗଡ଼ରେ ସର୍ବାଧିକ ପାସ୍‌ ହାର ୮୮.୭୦ ପ୍ରତିଶତ ରହିଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ୩୪.୧୭ ରେ ରହିଛି ।

Comments are closed.